ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କଲେ କେନ୍ଦ୍ରମନ୍ତ୍ରୀ, ପୋଷ୍ଟରରେ ଲଗାଇଲେ ଜି ୨୦ ଲୋଗୋ
1 min readଭୁବନେଶ୍ବର: ବିଜେପି ବିରୋଧରେ ପୁଣି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରି- ଟୁଇଟ ପ୍ରସଙ୍ଗ ଉଠାଇ ବିଜେଡି କହିଛି, ଝାରସୁଗୁଡ଼ାରେ ପ୍ରଚାର ପାଇଁ ପ୍ରସ୍ତୁତ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୋଷ୍ଟରରେ ଜି-20 ଲୋଗୋ ଏବଂ ଆଜାଦି କା ଅମୃତ ମହୋତ୍ସବର ଲୋଗୋ ରହିଛି । ଯାହା କି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି ଅଭିଯୋଗ କରିଛି ବିଜେଡି ।
ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଏପରି କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଏପରି ଆଶା କରାଯାଉନାହିଁ । କେନ୍ଦ୍ରମନ୍ତ୍ରୀ ଲୋଗୋ ଲାଗିଥିବା ପୋଷ୍ଟରକୁ ଟୁଇଟ୍ କରିବା ଆଶ୍ଚର୍ଯ୍ୟଜନକ । ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ରାଜ୍ୟ ବିଜେପି ଅଭ୍ୟାସଗତ ଭାବେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ।
କେତେବେଳେ ବିଜେପି ରାତିରେ ପ୍ରଚାର କରି ଓ କେତେବେଳେ ଗୁଣ୍ଡାଗର୍ଦ୍ଦି କରି ଲୋକଙ୍କୁ ଭୟଭୀତ କରୁଛି । କ୍ରମାଗତ ଭାବେ ରାଜ୍ୟ ବିଜେପି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବିଜେଡି ଅଭିଯୋଗ କରିଛି ।