ଆବଶ୍ୟକ ପଡ଼ିଲେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଅମିତ ଶାହଙ୍କ ପ୍ରତିଶ୍ରୁତି
1 min readଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସମ୍ଭାବ୍ୟ ବାତ୍ୟା ‘ଅମ୍ପାନ’ ମୁକାବିଲା ସମ୍ପର୍କରେ କଥା ହେଲେ । କେନ୍ଦ୍ରମନ୍ତ୍ରୀଙ୍କୁ ‘ଅମ୍ପାନ’ର ମୁକାବିଲା ନେଇ ରାଜ୍ୟର ପ୍ରସ୍ତୁତି ନେଇ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆବଶ୍ୟକ ସ୍ଥଳେ ସମସ୍ତ ସହଯୋଗ ଯୋଗାଇଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ । ଏଥିସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ସହ ମଧ୍ୟ କଥା ହୋଇଛନ୍ତି ଅମିତ ଶାହା ।
Home Minister Amit Shah has also spoken to Odisha Chief Minister Naveen Patnaik and reviewed the preparedness. He again reiterated that Central Government is ready to provide any support needed from them by both the affected states: Ministry of Home Affairs (MHA) https://t.co/dpy6a5f5RS
— ANI (@ANI) May 19, 2020
ସୂଚନା ଯୋଗ୍ୟ ଯେ, ଗତ ୪ ଦିନ ଧରି ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି । ମୁଖ୍ୟତଃ ଉତ୍ତର ଓଡ଼ିଶାର ୪ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା କରାଯାଉଥିଲେ ହେଁ ମୋଟ ୧୨ ଟି ଜିଲ୍ଲାକୁ ସତର୍କ କରାଇଦିଆଯାଇଛି । ସମସ୍ତ ୧୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତି ନେଇ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଅମ୍ଫାନ ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କେନ୍ଦ୍ର କ୍ୟାବିନେଟ୍ ସେକ୍ରେଟେରୀ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ପ୍ରଭାବିତ ଆଶଙ୍କା ରାଜ୍ୟ ସଚିବଙ୍କ କଥା ହୋଇଛନ୍ତି । ଆବଶ୍ୟକ ପଡ଼ିଲେ କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ ଦିଆଯିବ ବୋଲି କୁହାଯାଇଛି ।