କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର
1 min readଲକ୍ଷ୍ନୗେ: କ୍ରାଇମବ୍ରାଞ୍ଚ ନିକଟରେ ଶନିବାର ଦିନ ହାଜର ହୋଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର। ନିର୍ଦ୍ଧାରିତ ସମୟର ୧୫ ମିନଟ ପୂର୍ବରୁ ହାଜର ହୋଇଛନ୍ତି ଆଶିଷ । ଉତ୍ତରପ୍ରଦେଶର ଲଖିମପୁର-ଖେରି ଚାଷୀ ମୃତ୍ୟୁ ମାମଲାରେ ତାଙ୍କୁ ସମନ କରିଥିଲା ପୋଲିସ।
ଜେରା ସମୟରେ ଡିଜିପି ଓ ଡିଏସପି ମଧ୍ୟ ଉପସ୍ଥିତ ଅଛନ୍ତି । ସମ୍ଭାବ୍ୟ ଉତ୍ତେଜନା ଆଶଙ୍କାରେ ଲଖିମପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଗତକାଲି ତାଙ୍କୁ ସମନ କରାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ଯାହା ପରେ ତାଙ୍କୁ ଆଉ ଥରେ ସମନ କରାଯାଇଥିଲା ।
#WATCH Son of MoS Home Ajay Mishra Teni, Ashish Mishra arrives at Crime Branch office, Lakhimpur
He was summoned by UP Police in connection with Lakhimpur violence. pic.twitter.com/g6wMpHYOKr
— ANI UP/Uttarakhand (@ANINewsUP) October 9, 2021
ଗତକାଲି ସୁପ୍ରିମକୋର୍ଟରେ ୟୁପି ସରକାର ମାମଲାର ଷ୍ଟାଟସ ରିପୋର୍ଟ ରଖିଥିବା ବେଳେ ତଦନ୍ତରେ ଅବହେଳା ନେଇ ପ୍ରବଳ ବର୍ଷିଥିଲେ କୋର୍ଟ । ମାମଲାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆଦୌ ସନ୍ତୋଷଜନକ ନୁହେଁ । ହତ୍ୟା ଅଭିଯୁକ୍ତଙ୍କୁ ଧରିବା ପାଇଁ ଏମିତି ସମନ କରାଯାଏ କି ବୋଲି ପ୍ରଶ୍ନ ପଚାରିଥିଲେ ସର୍ବୋଚ୍ଚ ଅଦାଲତ ।
ଅଧନକ ପଢନ୍ତୁ- ଲଖିମପୁର-ଖେରି ହିଂସା; ପୋଲିସ ନିକଟରେ ହାଜର ହେବେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର