spot_img

Latest Posts

ଆତଙ୍କବାଦୀଙ୍କୁ ଅମିତ ଶାହଙ୍କ କଡ଼ା ଚେତାବନୀ, କହିଲେ ଆତଙ୍କୀଙ୍କୁ ଖୋଜି ଖୋଜି ମାରିବୁ

ନନ୍ଦିଘୋଷ ବ୍ୟୁରୋ: ଯେଉଁଠି ବି ଥିବେ ଖୋଜି ଖୋଜି ଆତଙ୍କୀଙ୍କୁ କରାଯିବ ନିପାତ । ଆତଙ୍କବାଦୀଙ୍କ ବିରୋଧରେ ଆପଣାଯାଇଛି ଜିରୋ ଟଲରାନ୍ସ ନୀତି। ପହଲଗାଓଁ ଆତଙ୍କବାଦୀ ହମଲା ପରେ ଏହି ବଜ୍ର ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅମତି ଶାହ କହିଛନ୍ତି କୌଣସି ବି ଆତଙ୍କୀଙ୍କୁ କରାଯିବନି ବରଦାସ୍ତ। ଆତଙ୍କବାଦର ମୂଳପୋଛ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ହମଲା ପରେ ସେମାନେ ଭାବନ୍ତୁ ନାହିଁ ସେମାନେ ଯୁଦ୍ଧରେ ବିଜୟୀ ହୋଇଛନ୍ତି ବୋଲି। ପହଲଗାଓଁ ଘଟଣା ପରେ ପ୍ରଥମ ଥର ଲାଗି ସର୍ବସାଧାରଣରେ ଅମିତ ଶାହ କହିଛନ୍ତି- ବର୍ତ୍ତମାନ ଯୁଦ୍ଧର ଅନ୍ତ ଘଟିନାହିଁ।

ଅନ୍ୟପଟେ ଆରବ ସାଗରରେ ଭାରତୀୟ ନୌସେନା ସମରାଭ୍ୟାସ ଆରମ୍ଭ କରିଛି । ଏକ୍ସକ୍ଲୁସିଭ ଇକୋନୋମିକ ଜୋନରେ ସମରାଭ୍ୟାସ ଆରମ୍ଭ ହୋଇଛି । ପାକିସ୍ତାନ ସହିତ ଉତ୍ତେଜନା ବୃଦ୍ଧି ପରେ ସଜାଗ ଅଛନ୍ତି ଯୁଦ୍ଧଜାହାଜ । ଭାରତୀୟ ନୌସେନା ପକ୍ଷରୁ ଆରବ ସାଗରରେ ବ୍ୟାପକ ଅଭ୍ୟାସ କରାଯାଉଛି । ଜଳପଥରେ ସଜାଗ ରହିଛି ଭାରତୀୟ ଯୁଦ୍ଧ ଜାହାଜ । ପାକିସ୍ତାନ ଠାରୁ ୮୫ ନଟିକାଲ୍ ମାଇଲ୍ ଦୂରରେ ସମରାଭ୍ୟାସ କରାଯାଉଛି । ଗୁଜୁରାଟ ଉପକୂଳ ଅଞ୍ଚଳରେ ଗୁଳିଚାଳନା ନେଇ ନୌସେନାର ସବୁଜ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସମରାଭ୍ୟାସ ଚାଲିବ ବୋଲି ସୂଚନା ମିଳିଛି ।

Latest Posts

Don't Miss