କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ କରୋନା

1 min read
Union Education Minister Ramesh Pokhriyal tests positive for COVID19

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଜଣଙ୍କ ପରେ ଜଣେ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିୟାଲ୍ ନିଶଙ୍କ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ ଲେଖିଛନ୍ତି- କରୋନା ସଂକ୍ରମିତ ଜଣାପଡ଼ିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଚିକିତ୍ସିତ ହେଉଛି । ମୋ ସହିତ ନିକଟରେ ସମ୍ପର୍କରେ ଆସିଥିବା ସମସ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ କୋଭିଡ୍ ପରୀକ୍ଷୀ କରାଇ ନିଅନ୍ତୁ ।

ଦେଶରେ ଗତ ୨୪ ଘଣ୍ଟାରେ ପ୍ରାୟ ୩ ଲକ୍ଷ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି କଂଗ୍ରେସ ସାଂସଦ ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି କୋଭିଡ୍ ସଂକ୍ରମିତ ହୋଇଥିଲେ । ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ଦେଖି ସରକାର ୨୬ ତାରିଖ ଯାଏ ଲକଡାଉନ୍ ଘୋଷଣା କରିଛନ୍ତି ।

Leave a Reply