ଲକଡାଉନ୍ 3.0 ପାଇଁ ତବଲିଗି ଜମାତକୁ ଦାୟୀ କଲେ ମୁଖତାର ଅବ୍ବାସ ନକଭି

ନୂଆଦିଲ୍ଲୀ: କରୋନାକୁ ନେଇ ଗମ୍ଭୀର ସ୍ଥିତି ଦେଇ ଗତି କରୁଛି ଦେଶ । କରୋନା ସଂକ୍ରମଣକୁ ବ୍ରେକ୍ ଦେବା ପାଇଁ ଦେଶବ୍ୟାପି ଲକଡାଉନ୍ ଲାଗିଛି । ଲକଡାଉନର ତୃତୀୟ ପର୍ଯ୍ୟାୟ ପାଇଁ ତବଲିଗି ଜମାତକୁ ଦାୟୀ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ।

ଏକ ବେସରକାରୀ ନ୍ୟୁଜ୍ ଚ୍ୟାନେଲର  କାର୍ଯ୍ୟକ୍ରମର ଯୋଗ ଦେଇ  ମୁଖତାର ନକବୀ ଏହା କହିଛନ୍ତି ।  ଲକଡାଉନ୍ ତୃତୀୟ ପର୍ଯ୍ୟାୟ ପାଇଁ ସେ ତବଲିଗିକୁ ଦାୟୀ କରିଛନ୍ତି । ଲକଡାଉନ ତୃତୀୟ ଥର ପାଇଁ କାହିଁକି ବଢାଗଲା,ପ୍ରଶ୍ନର ଉତ୍ତର ଦେଇ ନକଭି କହିଥିଲେ ଯେ, ତବଲିଗି ଜମାତ ଘଟଣା ନଘଟିଥିଲେ ଲକଡାଉନକୁ ତୃତୀୟ ଥର ପାଇଁ ବଢାଇବାକୁ ପଡିନଥାନ୍ତା ।

ତବଲିଗି ଜମାତ୍ ଘଟଣା ଉପରେ ନକଭି କହିଥିଲେ ଯେ, କୌଣସି ଗୋଟିଏ ସଂସ୍ଥା କିମ୍ବା କୌଣସି ଗୋଟିଏ ଲୋକର ଦୋଷ ପାଇଁ ପୂରା ସମୁଦାୟକୁ ଦାୟୀ କରିବା  ଠିକ୍ କଥା ନୁହେଁ । ସେହି ସଂସ୍ଥା ଯାହା ବି ଅପରାଧିକ ଅବହେଳା କିମ୍ବା ଅପରାଧ କରିଛନ୍ତି ତାହାକୁ ଅଧିକାଂଶ ମୁସଲମାନ ଖୋଲାଖୋଲି ଭାବେ ନିନ୍ଦା କରିବା ସହ ସେହି ସଂଗଠନ ବିରୁଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେଣୁ, ଗୋଟିଏ ସଂସ୍ଥାର ଅପରାଧକୁ ସମଗ୍ର ସମ୍ପ୍ରଦାୟର ଅପରାଧ ବୋଲି ଆପଣ ଦେଖିପାରିବେ ନାହିଁ ।

ନାକଭି କହିଛନ୍ତି ଯେ, ଯଦି ତବଲିଗି ଜାମାତର ଘଟଣା ଘଟି ନଥାନ୍ତା, ତେବେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଲକଡାଉନର ଆବଶ୍ୟକତା ପଡ଼ି ନଥାନ୍ତା । କିଛି ଲୋକ ଅଛନ୍ତି ଯେଉଁମାନେ ତବଲିଗି ଜମାତକୁ ନିନ୍ଦା କରିବା ସହ ସମ୍ପ୍ରଦାୟକୁ ଗାଳି ଗୁଲଜ କରିବରେ ଲାଗିଛନ୍ତି । ତେବେ ଆଶ୍ୱସ୍ତିକର କଥା ହେଉଛି ଏହି ଘଟଣା ପରେ ଏମିତି ବି ଲୋକ ଅଛନ୍ତି ଯେଉଁଠାରେ ୯୫ ପ୍ରତିଶତ ହିନ୍ଦୁ ଏବଂ ମୁସଲମାନ ପରସ୍ପରକୁ ସାହାଯ୍ୟ କରୁଛନ୍ତି ।

ସେ କହିଛନ୍ତି ଯେ ଏହି କରୋନା ବିରେଧି ଲଢେଇ ସମଗ୍ର ଦେଶ ଏକଜୁଟ ହୋଇ ଲଢୁଛି । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ଯୋଡ଼ି ଦେଶର ନାଗରିକମାନଙ୍କୁ ନିବେଦନ କରିଥିଲେ, ସେତେବେଳେ ସମସ୍ତ ୧୩୦ କୋଟି ଲୋକ ଏଥିରେ ସାମିଲ ହୋଇଥିଲେ । ଏବଂ ଏହି ଆବେଦନ ଧର୍ମ ଏବଂ ଜାତି ଉପରେ ଆଧାରିତ ନଥିଲା । ତାଙ୍କର ଆବେଦନକୁ ସମସ୍ତେ ଗ୍ରହଣ କରିଥିଲେ ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ସାହାଯ୍ୟ କରିଥିଲେ ।

 

Leave a Reply