ବଜେଟ୍ ୨୦୨୦, ସଂସଦରେ ବଜେଟ୍ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

3 min read

ନୂଆଦିଲ୍ଲୀ: IDBI ବ୍ୟାଙ୍କରେ ଥିବା ଅଂଶଧନ ବିକିବେ ସରକାର ।

ମୁମ୍ବାଇ: ବଜେଟ୍ ଉପସ୍ଥାପନ ବେଳେ ସେୟାର ବଜାରରେ ନାହିଁ ଉତ୍ସାହ । ୩୫.୨୧ ପଏଣ୍ଟ ଖସି ୪୦ ହଜାର ୬୮୮ରେ ପହଞ୍ଚିଲା ସେନସେକ୍ସ ।

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ପାଇଁ ୩୦ ହଜାର ୭୫୭ କୋଟି ଓ ଲଦାଖ ପାଇଁ ୫ ହଜାର ୯୫୮ କୋଟି ଟଙ୍କା ବ୍ୟୟ ବରାଦ ।

ନୂଆଦିଲ୍ଲୀ: ଭାରତ G-20 ସମ୍ମିଳନୀ ୨୦୨୨ରେ ଆୟୋଜନ କରିବ । ପ୍ରସ୍ତୁତି ପାଇଁ ୧୦୦ କୋଟି ଟଙ୍କା ଘୋଷଣା ।

ନୂଆଦିଲ୍ଲୀ: ପ୍ରଦୂଷଣ ରୋକିବାକୁ ଗୁରୁତ୍ୱ । ରାଜ୍ୟ କରିବ ନୂଆ ଯୋଜନା । ଶୁଦ୍ଧ ବାୟୁ ପାଇଁ ବିଭିନ୍ନ ଯୋଜନା ନିମନ୍ତେ ୪ ହଜାର ୪୦୦ କୋଟି ଟଙ୍କା ଘୋଷଣା ।

ନୂଆଦିଲ୍ଲୀ: ସଂସ୍କୃତି ମନ୍ତ୍ରାଳୟ ଅଧିନରେ ପ୍ରତିଷ୍ଠା ହେବ ଇନଷ୍ଟିଚ୍ୟୁଟ୍ ଅଫ୍ ହରିଟେଜ୍ ଆଣ୍ଡ କଲଚର ।

ନୂଆଦିଲ୍ଲୀ: ସଂସ୍କୃତି ବିଭାଗ ପାଇଁ ୩ ହଜାର ୧୫୦ କୋଟି ଓ ପର୍ଯ୍ୟଟନ ବିଭାଗ ପାଇଁ ୨ ହଜାର ୫୦୦ କୋଟି ଟଙ୍କା ଘୋଷଣା ।

ନୂଆଦିଲ୍ଲୀ: ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ୯୫୦୦ କୋଟି ଟଙ୍କା ବ୍ୟୟବରାଦ ।

ନୂଆଦିଲ୍ଲୀ:SC ଓ ଅନ୍ୟ ବର୍ଗର ବିକାଶ ପାଇଁ ୮୫ ହଜାର କୋଟି ଟଙ୍କା ଘୋଷଣା ।

ନୂଆଦିଲ୍ଲୀ: ଅପପୁଷ୍ଟି ରୋକିବାକୁ ଲଞ୍ଚ୍ ହୋଇଛି ପୋଷଣ ଅଭିଯାନ । ୩୫ ହଜାର ୬୦୦ କୋଟି ଟଙ୍କା ବ୍ୟୟବରାଦ ।

ନୂଆଦିଲ୍ଲୀ: ୨୭ ହଜାର କିଲୋମିଟର ରେଳପଥର ହେବ ବିଦ୍ୟୁତକରଣ ।

ନୂଆଦିଲ୍ଲୀ: ପରିବହନ ଭିତ୍ତିଭୂମି ପାଇଁ ୧.୭ ଲକ୍ଷ ଟଙ୍କା ଘୋଷଣା ।

ନୂଆଦିଲ୍ଲୀ: ପିପିପି ମୋଡରେ ଗଡ଼ିବ ୧୧୫୦ଟି ଟ୍ରେନ୍ । ଘରୋଇ ସଂସ୍ଥା ସହାୟତାରେ ୪ଟି ଷ୍ଟେସନର ହେବ ଉନ୍ନତିକରଣ ।

https://twitter.com/PTI_News/status/1223495811033518080

ନୂଆଦିଲ୍ଲୀ: ପର୍ଯ୍ୟଟନ ସ୍ଥଳୀକୁ ଯୋଡ଼ିବା ପାଇଁ ଦୌଡ଼ିବ ତେଜସ୍ ଭଳି ଟ୍ରେନ୍ ।

ନୂଆଦିଲ୍ଲୀ: ୩ ବର୍ଷ ଭିତରେ ସବୁ ଘରେ ପ୍ରିପେଡ୍ ବଦଳରେ ଲାଗିବ ସ୍ମାର୍ଟ ମିଟର । ୨୨ ହଜାର କୋଟି ଟଙ୍କା ବିଦ୍ୟୁତ୍ ପାଇଁ ବ୍ୟୟବରାଦ ।

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେକ୍ନିକାଲ ଟେକ୍ସଟାଇଲ୍ ମିଶନ ଲେଆଉଟ୍ ପାଇଁ ୧,୪୮୦ କୋଟି ।

ନୂଆଦିଲ୍ଲୀ: ମୋବାଇଲ୍, ସେମି କଣ୍ଡକ୍ଟର ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ପାଇଁ ସରକାରଙ୍କ ନୂଆ ଯୋଜନା ।

ନୂଆଦିଲ୍ଲୀ: ଶିଳ୍ପ ଓ ବାଣିଜ୍ୟର ଅଭିବୃଦ୍ଧି ପାଇଁ ୨୭ ହଜାର ୩୦୦ କୋଟି ଟଙ୍କା ଘୋଷଣା ।

ନୂଆଦିଲ୍ଲୀ: ଶିକ୍ଷାକ୍ଷେତ୍ର ପାଇଁ ୯୯, ୩୦୦ କୋଟି ଓ ସ୍କିଲ ଡେଭଲପମେଣ୍ଟ ପାଇଁ ୩ ହଜାର କୋଟି ବ୍ୟୟବରାଦ ।

ନୂଆଦିଲ୍ଲୀ: ଡାକ୍ତର ସମସ୍ୟା ଦୂର ପାଇଁ ପିପିପି ମୋଡରେ ଜିଲ୍ଲା ହସ୍ପିଟାଲ ହେବ ମେଡିକାଲ କଲେଜ ।

ନୂଆଦିଲ୍ଲୀ: ସାଗରମିତ୍ର ଯୋଜନାରେ ମତ୍ସ୍ୟ ଚାଷ । ପ୍ରତିଷ୍ଠା ହେବ ୫୦୦ ମାଛ ଚାଷ ଉତ୍ପାଦନ କେନ୍ଦ୍ର ।

ନୂଆଦିଲ୍ଲୀ: ୨୦୨୦-୨୧ ବର୍ଷରେ ସ୍ୱଚ୍ଛ ଭାରତ ମିଶନ ପାଇଁ ୧୨ ହଜାର ୩୦୦ କୋଟି ଟଙ୍କା ବ୍ୟୟବରାଦ ।

ନୂଆଦିଲ୍ଲୀ: ଖୁବଶୀଘ୍ର ଘୋଷଣା ହେବ ନୂଆ ଶିକ୍ଷା ନୀତି । ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରୟାସ ।

ନୂଆଦିଲ୍ଲୀ: ୨୦୨୨ ସୁଦ୍ଧା ମତ୍ସ୍ୟ ଉତ୍ପାଦନ ୨୦୦ ଲକ୍ଷ ଟନକୁ ବୃଦ୍ଧି ଲକ୍ଷ୍ୟ ।

ନୂଆଦିଲ୍ଲୀ: ମାଛ ଉତ୍ପାଦନକୁ ଗୁରୁତ୍ୱ । ଭାରତୀୟ ରେଳବାଇ ସହାୟତାରେ ହେବ କିଶାନ ରେଳ । ପିପିପି ମୋଡରେ ଶୀଘ୍ର ମାଛ ପରିବହନ ଉପରେ ଗୁରୁତ୍ୱ ।

ନୂଆଦିଲ୍ଲୀ: ଅନଲାଇନ୍ ଜୈବିକ ଖତ ମାର୍କେଟିଂ ଉପରେ ଗୁରୁତ୍ୱ ।

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ସହାୟତାରେ ହେବ କୃଷି ଉଡ଼ାଣ ଯୋଜନା ।

ନୂଆଦିଲ୍ଲୀ: କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ୧୬ସୂତ୍ରୀ ଯୋଜନା କରାଯାଇଛି: ନିର୍ମଳା ସୀତାରମଣ ।

ନୂଆଦିଲ୍ଲୀ: ଗ୍ରାମାଞ୍ଚଳ ବିକାଶ, କୃଷି ଓ ଜଳସେଚନ ଉପରେ ଗୁରୁତ୍ୱ ଦିଆଯାଉଛି ।

ନୂଆଦିଲ୍ଲୀ: କୃଷକଙ୍କ ଆୟ ୨୦୨୨ ସୁଦ୍ଧା ଦ୍ୱିଗୁଣିତ କରିବା ଆମ ସରକାରର ଲକ୍ଷ୍ୟ: ନିର୍ମଳା ।

ନୂଆଦିଲ୍ଲୀ: ମୋଦି ସରକାରରେ ଦେଶରେ ବିଦେଶୀ ପୁଞ୍ଜିନିବେଶ ବଢ଼ିଛି: ନିର୍ମଳା ସୀତାରମଣ ।ନୂଆଦିଲ୍ଲୀ: ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବକ୍ତବ୍ୟ । ଚାକିରିଆ, ବ୍ୟବସାୟୀଙ୍କ ଲାଗି ଏହା ସୁସ୍ଥ ବଜେଟ୍ । ସଂଖ୍ୟାଲଘୁ, ମହିଳା ଅନ୍ୟ ସମସ୍ତଙ୍କ ଆଶା ପୂରଣ କରିବ ବଜେଟ୍ ।

ନୂଆଦିଲ୍ଲୀ: ଏହା ଦେଶବାସୀଙ୍କ ଆଂକାକ୍ଷାର ବଜେଟ୍ ।

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂଆଦିଲ୍ଲୀ: ବଜେଟ୍ ୨୦୨୦କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଆଉ କିଛି ସମୟ ପରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ନୂଆଦିଲ୍ଲୀ: କିଛି ସମୟ ପରେ ଆଗତ ହେବ ବଜେଟ୍ । ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନୂଆଦିଲ୍ଲୀ: ସଂସଦରେ ବଜେଟ୍ କପିର ଚାଲିଛି ଯାଞ୍ଚ । ସନ୍ଧାନୀ କୁକୁର ସହାୟତାରେ ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ । କିଛି ସମୟ ପରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ନୂଆଦିଲ୍ଲୀ: ସଂସଦ ଭବନ ପରିସରରେ ପହଞ୍ଚିଲା ବଜେଟ୍ କପି ।

ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ପାଇଁ ସଂସଦ ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

Leave a Reply