ୟୁନିୟନ ବ୍ୟାଙ୍କରୁ ୪୪ କୋଟି ଠକେଇ, ଋଣ ନେବାର ୫ ବର୍ଷ ପରେ ବି ମୂଳ ତ ମୂଳ ସୁଧର ଦେଖାନାହିଁ

1 min read

ରାୟଗଡ଼ା: ରାଜ୍ୟରେ ବଢୁଛି ବ୍ୟାଙ୍କ ଠକେଇ ସଂଖ୍ୟା । ଏବେ ରାୟଗଡ଼ାରୁ ଆସିଛି ଏଭଳି କିଛି ଅଭିଯୋଗ । ୪୪ କୋଟି ଟଙ୍କାର ବ୍ୟାଙ୍କ ଋଣ ନେଇ ଆଉ ଦେଖା ଦେଉନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ୨୦୧୩ରୁ ୨୦୧୫ ଭିତରେ ୟୁନିୟନ ବ୍ୟାଙ୍କରୁ ଏହି ବେଆଇନ୍ ଋଣ କାରବାର ହୋଇଛି । ମଙ୍ଗଳବାର ସିବିଆଇରେ ମାମଲା ରୁଜୁ ହେବା ପରେ ପୂରା ଘଟଣା ଏବେ ପଦାରେ ପଡ଼ିଛି । ଏହି ଋଣ କାରବାରରେ ସେତେବେଳର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କାରନାମା ମଧ୍ୟ ସନ୍ଦେହ ଘେରରେ । ଅଭିଯୋଗ ଅନୁସାରେ ସିବିଆଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଅଭିଯୁକ୍ତଙ୍କ ବିରୋଧରେ ଠକେଇର ବିଭିନ୍ନ ଧାରାରେ ରୁଜୁ କରାଯାଇଛି ।

Union Bank Scam, Couple Availed 44 Core Loan But Not Deposited

ଆମ ରାଜ୍ୟରେ ହିଁ ବୁଲୁଛନ୍ତି ବ୍ୟାଙ୍କକୁ ଚୂନ ଲଗେଇଥିବା କାର୍ପଟଦାର । ଏପଟେ ବିନା ରେକର୍ଡ ପତ୍ରରେ ଋଣ ଦେଇ ଅନ୍ଧାରରେ ବାଡ଼ି ବୁଲାଉଛି ରାୟଗଡ଼ାର ୟୁନିୟନ୍ ବ୍ୟାଙ୍କ । ମୂଳ ଆସିବା ତ ଦୁରର କଥା ସୁଧର ବି ଦେଖାଦର୍ଶନ ନାହିଁ । ମାମଲା ପରେ ସମାନ ଠଙ୍ଗରେ ଏଠି ସେଠି ଚଢ଼ାଉ କରୁଛି ସିବିଆଇ । ଅଭିଯୋଗ ଅନୁସାରେ ରାୟଗଡ଼ାର ତରୁଣଶ୍ରୀ କଟନ୍ ସ୍ପିନଟେକ୍ସ କସ୍ତୁରୀନଗର ଶାଖାରୁ ଋଣ ନେଇଥିଲା । ୨୦୧୩ରୁ ୨୦୧୫ ଭିତରେ ଏହି ଋଣ କାରବାର ହୋଇଥିଲା । ପରେ କେନ୍ଦ୍ର ସରକାରଙ୍କ ଅଧିନିୟମ ଅନୁସାରେ ଆନ୍ଧ୍ର ବ୍ୟାଙ୍କ, ୟୁନିୟନ ବ୍ୟାଙ୍କରେ ବିଲୟ ହୋଇଥିଲା । ଏହାପରେ ହିଁ ଋଣ ଦେଣନେଣର ଗୋଲକ ଧନ୍ଦା ପଦାକୁ ଆସିଥିଲା । ଅନେକ ମାସ ଧରି ଋଣ ନସୁଝିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ମଙ୍ଗଳବାର ସିବିଆଇ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ରାୟଗଡ଼ାର ଏକାଧିକ ସ୍ଥାନରେ ଚଢାଉ କରି ଛାନଭିନ ଜାରି ରଖିଛି ସିବିଆଇ ।

Union Bank Scam, Couple Availed 44 Core Loan But Not Deposited

ଏଠି ପ୍ରଶ୍ନ ଉଠୁଛି କାହା ଇଙ୍ଗିତରେ କୋଟି କୋଟି ଟଙ୍କାର ହେରଫେର ହେଲା ? ତତ୍କାଳୀନ ବ୍ୟାଙ୍କ ଅଧିକାରୀଙ୍କ ସହ ଋଣ ନେଇଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ହୋଇଥିଲା କି ଡିଲ୍ ? ବିନା କାଗଜପତ୍ରରେ ମାତ୍ର ଲକ୍ଷେ ଟଙ୍କାର ଋଣ ମିଳୁନଥିବା ବେଳେ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେମିତି ଦିଆଗଲା ? କମ୍ପାନୀର କଷ୍ଟ୍ରକ୍ସନ କାମ ନାଁରେ ତରୁଣଶ୍ରୀ କଟନ୍ ସ୍ପିନଟେକ୍ସ କର୍ତ୍ତୃପକ୍ଷ- ଚାଭା ଶିବରାମ କ୍ରିଷ୍ଣା ଓ ତାଙ୍କ ପତ୍ନୀ ଚାଭା ନୀଳିମା ଏହି ଋଣ ନେଇଥିଲେ ।

Union Bank Scam, Couple Availed 44 Core Loan But Not Deposited

ଠକେଇ ଅଭିଯୋଗର ତଦନ୍ତ ସିବିଆଇ ଆରମ୍ଭ କରିଥିବା ବେଳେ ଠକେଇ ଅର୍ଥ ଅଭିଯପକ୍ତଙ୍କ ସମ୍ପତ୍ତି ନିଲାମ କରି ଆଦାୟ କରାଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

Leave a Reply