ସହରାଞ୍ଚଳରେ କମୁଛି, ଗ୍ରାମାଞ୍ଚଳରେ ବଢ଼ୁଛି ବେକାରୀ ସମସ୍ୟା

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଲା ବେକାରୀ । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି ରିପୋର୍ଟରେ ଏହା ପକ୍ଷରୁ ପ୍ରକାଶ ପାଇଛି । ସହରାଞ୍ଚଳରେ ବେକାରୀ ସମସ୍ୟା କମୁଥିବା ବେଳେ ଗ୍ରାମାଞ୍ଚଳରେ ବଢୁଛି ବେକାରୀ ସମସ୍ୟା । ଗ୍ରାମାଞ୍ଚଳରେ ଅଧିକ ଲୋକ କାମଧନ୍ଦା ପାଉ ନାହାନ୍ତି । ଗତ ଜୁନ ମାସରେ ବେକାରୀ ହାର ବଢ଼ିଯାଇଛି । ଜୁନ ମାସରେ ହାରାହାରି ବେକାରୀ ହାର ୮.୪୫ ପ୍ରତିଶତରେ ପହଞ୍ଚିଛି । ନିର୍ଦ୍ଦିଷ୍ଟ ଭାବେ ଋତୁକାଳୀନ ବେକାରୀ ସଂଖ୍ୟାରେ ବୃଦ୍ଧି ହେତୁ ଚଳିତ ବର୍ଷ ତୃତୀୟ ଥର ପାଇଁ ବେକାରୀ ହାର ୮ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।