ଚାକିରି ପାଇଁ ବାପାଙ୍କୁ ହତ୍ୟା କଲା ପୁଅ
1 min read
ରାଞ୍ଚି: ଝାଡଖଣ୍ଡର ରାମଗଡ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୋଲିସର ସୂଚନାନୁସାରେ, ସରକାରୀ ଚାକିରି ପାଇବା ପାଇଁ ୫୫ ବର୍ଷିୟ ପିତାଙ୍କୁ ହତ୍ୟା କରିଛି ଜଣେ ବେରୋଜଗାରୀଆ ପୁଅ।
ମୃତକଙ୍କ ନାମ କୃଷ୍ଣ ରାମ । ସେ ହେଉଛନ୍ତି ରାମଗଡ ଜିଲ୍ଲାର ବାରକାନା ଠାରେ ସିସିଏଲର କେନ୍ଦ୍ରୀୟ ଓ୍ୱାର୍କସପରେ ମୁତୟନ ଥିବା ଜଣେ ମୁଖ୍ୟ ସୁରକ୍ଷା କର୍ମୀ ଥିଲେ।
ଏକ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ସବ-ଡିଭିଜନାଲ ପୋଲିସ ଅଧିକାରୀ (ଏସଡିପିଓ) ପ୍ରକାଶ ଚନ୍ଦ୍ର ମହତୋ ଏନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାମଙ୍କ ୩୫ ବର୍ଷର ବଡ ପୁଅ ତାଙ୍କୁ ବାରକାନାରେ ଗଳା କାଟି ହତ୍ୟା କରିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ହତ୍ୟାରେ ବ୍ୟବହୃତ ଛୋଟ ହାତୁଡ଼ି, ଛୁରୀ ଏବଂ ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ।
ସିସିଏଲର ବ୍ୟବସ୍ଥା ଅନୁଯାୟୀ କର୍ମଚାରୀ ମାନେ ସେବା ସମୟରେ ଯଦି ମୃତ୍ୟୁ ବରଣ କରନ୍ତି ତାହେଲେ କର୍ମଚାରୀଙ୍କର ଉତରାଧିକାରୀଙ୍କୁ ଚାକିରି ଦିଆଯାଇଥିବା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।