ବେଜିଂର ମାଟିତଳେ ଅଛି ଆଉ ଏକ ସହର,ପରମାଣୁ ଆକ୍ରମଣରୁ ବର୍ତ୍ତିବା ପାଇଁ ମାଓ ତିଆରି କରିଥିଲେ ଅଣ୍ଡରଗ୍ରାଉଣ୍ଡ୍ ସିଟି

କରୋନା ଓ ବିସ୍ତାରବାଦୀ ନୀତି ପାଇଁ ଏବେ  ଚୀନ୍ ଚର୍ଚ୍ଚାରେ ଅଛି । କରୋନାର ସତ କ’ଣ କେହି ଜାଣି ନାହାନ୍ତି । ଏମିତିରେ ଚୀନ୍ ଏକ ରହସ୍ୟମୟ ଦେଶ । ଯେଉଁଠୁ ଖବର ବାହାରକୁ ଆସିବା ସହଜ ନୁହେଁ । ସେହିଭଳି ଗୋଟିଏ ରହସ୍ୟ ବାବଦରେ ଆସନ୍ତୁ ଜାଣିବେ । ଚୀନ୍ ରାଜଧାନୀ ବେଜିଂର ମାଟି ତଳେ ଆଉ ଗୋଟିଏ ବେଜିଂ ରହିଛି । ୨୦ ହଜାର ଏକର ଜମିରେ ମାଟିତଳେ ଥିବା ଏହି ସହରରେ ସବୁକିଛି ଅଛି । ଷ୍ଟାଡିୟମ,ରେସ୍ତୋଁରା,ସିନେମା ସବୁକିଛି ।

 

underground city

ମାଟିତଳେ ଥିବା ଏହି ସହରକୁ ଚୀନ୍ ଭାଷାରେ ଦିକ୍ସିଆ ଚେଙ୍ଗ୍ କୁହାଯାଏ । ଯାହାର ଅର୍ଥ ହେଉଛି ଅନ୍ଧକାରମୟ କାଳ କୋଠରୀ । ମାଟିତଳେ ଥିବା ଏହି ସହରରେ ଲକ୍ଷାଧିକ ଲୋକ ଅମାନବୀୟ ଅବସ୍ଥାରେ ଏବେ ମଧ୍ୟ ରହୁଛନ୍ତି ।  ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣା ପଡିନାହିଁ ଯେ, ମାଟିତଳେ ଥିବା ଏହି ସହରରେ କେତେ ସଂଖ୍ୟକ ଘର ରହିଛି । ତେବେ ଏହି ସହର ୨୦ ହଜାର ଏକର ଜମି ଉପରେ ବିସ୍ତୃତ ବୋଲି କୁହାଯାଏ । ମାଟି ତଳେ ଥିବା ଏହି ସହର ମାଟି ଉପରେ ଥିବା ବେଜିଂର ସବୁ ସରକାରୀ ଅଟ୍ଟାଳିକା ସହ ସଂଯୁକ୍ତ ଅଛି । କେବେ ମାଟିତଳୁ ବାହାରିବା ପାଇଁ ୯୦୦ ପ୍ରସ୍ତାନ ପଥ ଥିଲା ବୋଲି ଅନୁମାନ କରାଯାଏ ।

କେବେ ତିଆରି ହୋଇଥିଲା ?

୧୯୬୯ ମସିହାରୁ ଏହି ସହରର ନିର୍ମାଣ କାମ ଆରମ୍ଭ ହୋଇଥିଲା । ସେହି ସମୟରେ ଚୀନ କମ୍ୟୁନିଷ୍ଟ୍ ପାର୍ଟିର ସୋଭିଏତ ଋଷିଆ ସହ ସଂପର୍କ ଖରାପ ହୋଇଯାଇଥିଲା । ଚୀନ ଆଶଙ୍କା କରୁଥିଲା ଯେ, ସୋଭିଏତ ଋଷ ଯେକୌଣସି ସମୟରେ ଚୀନ୍ ଉପରେ ଆକ୍ରମଣ କରିପାରେ । ଏପରିକି ଚୀନ୍ ପରମାଣୁ ଆକ୍ରମଣର ଆଶଙ୍କା କରୁଥିଲା । ଏହି ଭୟ ଭିତରେ ଚୀନର କମ୍ୟୁନିଷ୍ଟ ଶାସକ ମାଓ ସେ ତୁଙ୍ଗ୍ ମାଟି ତଳେ ସହର ବସାଇବାକୁ ଆଦେଶ ଦେଲେ । ସେ ବେଜିଂ ନାଗରିକଙ୍କୁ ମାଟି ଖୋଳି ତଳେ ଘର ତିଆରି କରିବାକୁ କହିଥିଲେ । ବେଜିଂ ବାସିନ୍ଦା ମାଓଙ୍କ ଆଦେଶରେ ମାଟି ଖୋଳିବାକୁ ଲାଗିଥିଲେ । ଏଥିରେ ସେମାନଙ୍କୁ ସେନାର ଇଂଜିନିୟର ମାନେ ମଧ୍ୟ ସାହାଯ୍ୟ କରିଥିଲେ । ଏହିଭଳି ଭାବେ ୨୦ ହଜାର ଏକର ଜମି ଉପରେ ମାଟି ତଳେ ଗଢି ଉଠିଥିଲା ଆଉ ଗୋଟିଏ ବେଜିଂ । କିନ୍ତୁ ଋଷ କେବେ ମଧ୍ୟ ଚୀନ୍ ଉପରେ ପରମାଣୁ ଆକ୍ରମଣ କରିନଥିଲା ।

bejing

୬୦ ଲକ୍ଷ ଲୋକଙ୍କ ପାଇଁ ତିଆରି ହୋଇଥିଲ ସହର

ପରମାଣୁ ଆକ୍ରମଣରୁ ବଂଚିବା ପାଇଁ ଚୀନ୍ ରାଜଧାନୀର ୬୦ ଲକ୍ଷ ଲୋକଙ୍କ ପାଇଁ ଏହି ଅଣ୍ଡରଗ୍ରାଉଣ୍ଡ୍ ସହର ତିଆରି କରିଥିଲା । ସେତେବେଳେ ମାଓ କହିଥିଲେ ଯେ, ପରମାଣୁ ଯୁଦ୍ଧ ହେଲେ ବେଜିଂର ସବୁ ନାଗରିକ ଏହି ଅଣ୍ଡରଗ୍ରାଉଣ୍ଡ୍ ସହରରେ ଆଶ୍ରୟ ନେଇ ପାରିବେ । ସେତେବେଳେ ବେଜିଂର ଜନସଂଖ୍ୟା ଥିଲା ୬୦ ଲକ୍ଷ । ପରମାଣୁ .ଯୁଦ୍ଧ ହେଲାନାହିଁ କିମ୍ବା ଏହି ସହରର ଆବଶ୍ୟକତା କେବେ ପଡିଲା ନାହିଁ । କିନ୍ତୁ ଲୋକ ଏହାମଧ୍ୟରେ ରହିବାକୁ ଲାଗିଲେ । ବେଜିଂର ଗୃହହୀନ କିମ୍ବା ବେଜିଂ ବାହାରୁ ଆସୁଥିବା ଶ୍ରମିକ ଏହି ଅଣ୍ଡରଗ୍ରାଉଣ୍ଡ ସହରକୁ ନିଜ ଘର କରିଛନ୍ତି ।  ଯେଉଁମାନଙ୍କ ପାଖରେ ମାଟି ଘର କିଣିବାକୁ ଟଙ୍କା ହୋଇଯାଏ ସେମାନେ ଅଣ୍ଡରଗ୍ରାଉଣ୍ଡ୍ ବେଜିଂ ଛାଡନ୍ତି । କିନ୍ତୁ ଅନେକ ଗରିବ ସବୁଦିନ ପାଇଁ ଏହି କଳା ଅନ୍ଧକାର ସହରରେ ରୁହନ୍ତି । ୨୦୧୦ରେ ବେଜିଂ ପ୍ରଶାସନ ଏକ ରୋଗର ଆଶଙ୍କାରେ ଅଣ୍ଡରଗ୍ରାଉଣ୍ଡ୍ ସହରରେ କାହାକୁ ନରହିବା ପାଇଁ କହିଥିଲେ । କିନ୍ତୁ ଲୋକ ପ୍ରଶାସନ କଥାକୁ ଅଣଦେଖା କରି ଏବେ ମଧ୍ୟ ମାଟିତଳେ ରହୁଛନ୍ତି ।

Leave a Reply