ବିହାର: କିଶନଗଞ୍ଜରେ ଉଦଘାଟନ ହେବା ପୂର୍ବରୁ ବନ୍ୟା ପାଣିରେ ଭାସିଗଲା ବ୍ରିଜ୍

ପାଟନା : ନିର୍ବାଚନ ପୂର୍ବରୁ ବିହାରରେ ଏକାଧିକ ସ୍ଥାନରେ ଉଦଘାଟନ ଏବଂ ଶିଳାନ୍ୟାସ ପ୍ରକ୍ରିୟା ଜାରି ରହିଛି । ଏଭଳି ପରିସ୍ଥିତିରେ କିଶନଗଞ୍ଜ ଜିଲ୍ଲାରେ ଏକ ନିର୍ମାଣାଧୀନ ବ୍ରିଜ ଭାଙ୍ଗି ଯାଇଛି । ଖବର ଅନୁସାରେ ଖୁବଶୀଘ୍ର ଏହାର ଉଦଘାଟନ ହୋଇଥାନ୍ତା । କିଶନଗଞ୍ଜର ଦିଘଲବ୍ୟାଙ୍କ ଅଞ୍ଚଳର ପଥରଘଟ୍ଟି ପଞ୍ଚାୟତ ଅଧୀନରେ ଥିବା ଗୋଆବାଡ଼ି ଗାଁରେ କଙ୍କଇ ନଦୀରେ ପ୍ରଥମେ ନିର୍ମାଣ ହୋଇଥିବା ବ୍ରିଜର ଏକ ଅଂଶ ଦବି ଯାଇଥିଲା  ଏବଂ ଧୀରେ ଧୀରେ ସମ୍ପୂର୍ଣ୍ଣ ବ୍ରିଜ ଭୁଷୁଡ଼ି ନଦୀରେ ମିଶିଗଲା ।


ଏହି ବ୍ରିଜକୁ ନିର୍ମାଣ କରିବା ପାଇଁ ପ୍ରାୟ ୧.୪୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ବ୍ରିଜର ଦୈର୍ଘ୍ୟ ଥିଲା ୨୬ ମିଟର । ତେବେ ୧୬ ସେମ୍ଟେମ୍ବର ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି । ସୂଚନାଯୋଗ୍ୟ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ବ୍ରିଜ ନିକଟରେ ୨୦ ମିଟରର ଡାଇଭର୍ସନ ତିଆରି ନିର୍ମାଣ ହୋଇଥାନ୍ତା,କିନ୍ତୁ ଏହା ହୋଇପାରିଲା ନାହିଁ । ଏହି କାରଣରୁ ନଦୀର ଧାର ଦିଗ ପରିବର୍ତ୍ତନ କଲା ଏବଂ ବ୍ରିଜ ଭାଙ୍ଗିଗଲା । ସୂଚନାଯୋଗ୍ୟ ଯେଉଁ ଅଞ୍ଚଳରେ ଉକ୍ତ ବ୍ରିଜ ନିର୍ମାଣ ହୋଇଛି ସେହି ଅଞ୍ଚଳ  ବନ୍ୟା ପ୍ରଭାବିତ ।

Leave a Reply