ଭାଣିଜୀକୁ ନିଆଁ ଲଗାଇଦେଲା ମାମୁ, ପୂର୍ବରୁ ସ୍ତ୍ରୀକୁ ହତ୍ୟା କରିଥିଲା

ବ୍ରହ୍ମପୁର: ବ୍ରହ୍ମପୁର ବିଦ୍ୟାନଗରଠାରେ ଅଭାବନୀୟ ଘଟଣା । ନିଜ ଭାଣିଜୀକୁ ନିଆଁ ଲଗାଇ ଜାଳିଦେଲା ମାମୁ । ଅଭିଯୁକ୍ତ ମାମୁକୁ ବୈଦ୍ୟନାଥ ପୁର ଥାନା ଅଟକ ରଖି ପଚରା ଉଚରା କରୁଛି ପୋଲିସ । ନିଶାଶକ୍ତ ଅବସ୍ଥାନରେ ମାମୁଁ ଭାଣିଜୀ ଦେହରେ ନିଆ ଲଗାଇଦେଇଛି । ଭାଣିଜୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତି ହୋଇଛି ।

ସେପଟେ ପୋଲିସ ଘଟଣା ବିଷୟରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି  । ସୂଚନା ମୁତାବକ ଅଭିଯୁକ୍ତ ମାମୁ ପୂର୍ବରୁ ତାଙ୍କ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା  । ଏହି ଘଟଣାପରେ ଗିରଫ ହେବା ସହ ସଜ୍ଜା କାଟିଥିଲେ ଅଭିଯୁକ୍ତ  । କିଛିଦିନ ତଳେ ଜାମିନରେ ଆସିଥିବାବେଳେ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ  । ଆଜି ସମ୍ପର୍କୀକୟଙ୍କ ଘରକୁ ଆସିଥିବାବେଳେ ଏଭଳି ଘଟଣା ଘଟାଇଛନ୍ତି  ।