ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଚେତାବନୀ, ୟୁରୋପ ଓ ଏସିଆରେ ବ୍ୟାପିଲା ଭାଇରସ

1 min read

ନୂଆଦିଲ୍ଲୀ: ୟୁରୋପ ଓ ଏସିଆରେ ବ୍ୟାପିଲା କୋଭିଡ ଲହର । ୟୁରୋପରେ ସ୍ଥିତି ହେଲାଣି ସାଂଘାତିକ । ୟୁରୋପରେ ଦୈନିକ ୧୫ ଲକ୍ଷ ସଂକ୍ରମିତ ଚିହ୍ନଟ ହେବା ସହ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏନେଇ ସୂଚନା ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ସେ କହିଛନ୍ତି- ୟୁରୋପରେ ଜାରି ରହିଛି କୋଭିଡର ନୂଆ ଲହର । ଏହା ସହ ସାରା ଏସିଆରେ ବି ବ୍ୟାପୁଛି ମହାମାରୀ । ଏହାର ମୁକାବିଲା ଦିଗରେ ପଦକ୍ଷେପ ନେବାକୁ ସରକାର ଓ ଫାର୍ମା କମ୍ପାନିଙ୍କୁ ପରାମର୍ଶ ଦେଇଛନ୍ତି ଗୁଟେରସ । ସବୁଠି, ସମସ୍ତଙ୍କୁ ଟିକା ଦେବାକୁ ଗୁଟେରସ ଆହ୍ବାନ ଦେଇଛନ୍ତି ।

ସେପଟେ ଗୁଜୁରାଟରେ ଜଣେ XE ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ବ୍ୟକ୍ତିଜଣକ ବିଦେଶରୁ ଫେରିବା ପରେ ସଂକ୍ରମିତ ଥିଲେ । ପୂର୍ବରୁ ଗୁଜୁରାଟରେ XM ଭାରିଆଣ୍ଟ ଦ୍ୱାରା ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହି ଦୁଇ ସଂକ୍ରମିତଙ୍କୁ ସ୍ୱତନ୍ତ୍ର ଅଭଜର୍ଭେସନରେ ରଖାଯାଇଛି ।