ବିପର୍ଯ୍ୟୟ ଆଡକୁ ଗତି କରୁଛି ବିଶ୍ୱ ତାପମାତ୍ରା; ସତର୍କ କଲା ଜାତିସଂଘ

ନୂଆଦିଲ୍ଲୀ: ବିପଦ ପଥରେ ବିଶ୍ବ । କ୍ରମାଗତ ତାପମାତ୍ରା ବଢିବା ଯୋଗୁ କିଛି ବର୍ଷ ପରେ ଆସିପାରେ ଘୋର ବିପର୍ଯ୍ୟୟ । ଏନେଇ ସତର୍କ କରାଇଛି ଜାତିସଂଘ । ଚଳିତ ଶତାବ୍ଦୀର ଶେଷ ଭାଗ ଆଡକୁ ବିଶ୍ବରେ ତାପମାତ୍ରା ୨.୭ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ। ଆମେରିକା ଓ ୟୁରୋପରେ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ବ୍ୟାପକ ନିଆଁ ଲାଗିବା, ଚୀନ ଓ ଜର୍ମାନୀରେ ପ୍ରଳୟଙ୍କରୀ ବନ୍ୟା ଆଦି ଏହାର ପୂର୍ବ ସଙ୍କେତ ।

ଏକ ବଡ଼ ବିପର୍ଯ୍ୟୟ ଆଡକୁ ବିଶ୍ବ ଗତି କରୁଛି ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ବୈଜ୍ଞାନିକଙ୍କ ମତରେ ବିଶ୍ବର ତାପମାତ୍ର ପ୍ରାକ୍ ଶିଳ୍ପସ୍ତର ଠାରୁ ୧.୫ ଡିଗ୍ରି ସେଲସିୟସରୁ କମ୍ ରହିବା ଆବଶ୍ୟକ। ଏଥିଲାଗି ସମସ୍ତ ରାଷ୍ଟ୍ର ପଦେକ୍ଷେପ ଲାଗି ପ୍ୟାରିସ ରାଜିନାମାରେ ଗୃହିତ ହୋଇଥିଲା । ମାତ୍ର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଜୀବନ ଓ ଜୀବିକା ଉପରେ ଗୁରୁତର ଭାବେ ପଡୁଛି । ବର୍ତ୍ତମାନ ହାତରୁ ସମୟ ସରି ସରି ଆସୁଛି ବୋଲି କହିଛନ୍ତି ଗୁଟେରସ ।

Climate Change Report On Earth Climate Predict Above 2 Degree Rise In Temperature By 2100

୨୦୩୦ ସୁଦ୍ଧା ବିଶ୍ବର ନିର୍ଗମନ ପରିମାଣ ୪୫ ପ୍ରତିଶତ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯାଉଛି। ମାତ୍ର ଏହା ସମ୍ଭବ ହୋଇନାହିଁ। ବର୍ତ୍ତମାନର ଧାରାକୁ ଆକଳନ କଲେ ସ୍ପଷ୍ଟ ହେଉଛି ଯେ ୨୦୩୦ ବେଳକୁ ନିର୍ଗମନ ପରିମାଣ ୧୬ ପ୍ରତିଶତ ବୃଦ୍ଧି ପାଇବ । ଫଳରେ ବିଶ୍ବ ତାପମାତ୍ରା ୨.୭ଡିଗ୍ରି ସେଲସିୟସ ବଢିବାର ଆଶଙ୍କା ରହିଛି ।

Climate Change Report On Earth Climate Predict Above 2 Degree Rise In Temperature By 2100

ଗତ ଅଗଷ୍ଟରେ ପ୍ରକାଶିତ ରିପୋର୍ଟରେ ବର୍ତ୍ତମାନ ସୁଦ୍ଧା ବିଶ୍ବରେ ତାପମାତ୍ରା ୧.୨ ଡିଗ୍ରି ସେଲସିୟସ ବଢିଥିବା ଦର୍ଶାଯାଇଥିଲା । ଅଙ୍ଗାରକାମ୍ଳ ହ୍ରାସ ନେଇ କୌଣସି ରାଷ୍ଟ୍ର ଗୁରୁତ୍ବ ଦେଉନାହାନ୍ତି। ଏନେଇ ବିଭିନ୍ନ ବିକାଶଶୀଳ ରାଷ୍ଟ୍ରଗୁଡିକୁ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡିକ ସହାୟତା କରିବା ସହ ୧୦୦ ବିଲିୟନ ଡଲାରର ପ୍ରସ୍ତାବ କାର୍ଯ୍ୟକାରୀ କରିବା ଲାଗି ଗୁଟେରସ ଆହ୍ବାନ ଦେଇଛନ୍ତି ।

Climate Change Report On Earth Climate Predict Above 2 Degree Rise In Temperature By 2100

ତେବେ ପ୍ୟାରିସ ରାଜିନାମାରେ ୧୯୧ଟି ରାଷ୍ଟ୍ର ସ୍ବାକ୍ଷର କରିଥିବା ସତ୍ତ୍ବେ ନିର୍ଗମନ ହ୍ରାସ ନେଇ ଗୁରୁତ୍ବ ନଦେବା କ୍ଷୋଭର ବିଷୟ। ଚଳିତ ଦଶନ୍ଧି ଶେଷ ସୁଦ୍ଧା ମିଥେନ ନିର୍ଗମନ ପରିମାଣ ୩୦ ପ୍ରତିଶତ ହ୍ରାସ କରିବା ଲାଗି ଆମେରିକା ଓ ୟୁରୋପୀୟ ରାଷ୍ଟ୍ରସଂଘ ଅଭିଯାନ କରିବେ ବୋଲି ଗତ ଶୁକ୍ରବାର ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ।

 

Leave a Reply