ବିଶ୍ବ ଆତଙ୍କବାଦୀ ତାଲିକାରେ ଅବଦୁଲ ରେହମାନ ମକ୍କି

1 min read

ଲାହୋର : ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିକୁ ବିଶ୍ବ ଆତଙ୍କବାଦୀ ତାଲିକାରେ ସାମିଲ କରିଛି ଜାତିସଂଘ । ଗତବର୍ଷ ଲସ୍କର-ଏ-ତଏବାର ନେତାଙ୍କୁ ବିଶ୍ବ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ଭାରତ ଦାବି ଜାତିସଂଘରେ ଦାବି ଉପସ୍ଥାପନ କରିଥିଲା । ଗତବର୍ଷ ଜୁନରେ ମକ୍କିକୁ ଆତଙ୍କବାଦୀ ତାଲିକାରେ ସାମିଲ କରିବା ସହ ବ୍ୟାନ ଲଗାଇବା ପାଇଁ ଭାରତ ଦାବି ଉଠାଇଥିଲା ।

ମାତ୍ର ଚୀନ ଏହି ପ୍ରସ୍ତାବ ଉପରେ ରୋକ ଲଗାଇଥିଲା । ୧୬ ଜାନୁଆରୀ ୨୦୨୩ରେ ଜାତିସଂଘ ସୁରକ୍ଷା ପରିଷଦ ସମିତି ISIL, ଅଲ କାଏଦା ସହ ସମ୍ବଦ୍ଧିତ ବ୍ୟକ୍ତି, ଗ୍ରୁପ ଓ ସଂସ୍ଥାକୁ ବ୍ୟାନ କରିଛି । ଭାରତ ଓ ଆମେରିକାରେ ପୂର୍ବରୁ ହିଁ ମକ୍କିକୁ ଆତଙ୍କବାଦୀ ଘୋଷଣା କରାଯାଇଛି । ଭାରତରେ ଆତଙ୍କବାଦ୍ କାର୍ଯ୍ୟକଳାପ, ଫଣ୍ଡ ଯୋଗାଡ଼ କରିବା ଓ ବିଶେଷକରି ଜାମ୍ମୁ-କାଶ୍ମୀରରେ ହମଲା ପାଇଁ ଯୋଜନା କରିବା ଭଳି କାର୍ଯ୍ୟରେ ମକ୍କିର ସମ୍ପୃକ୍ତି ରହିଥିଲା । ମକ୍କି ଲସ୍କର-ଏ-ତଏବା ମୁଖ୍ୟ ତଥା ୨୬/୧୧ ମାଷ୍ଟରମାଇଣ୍ଡ ହାଫିଜ ସଇଦର ସମ୍ପର୍କୀୟ ।