ମେକ୍ରୋନଙ୍କୁ ଜୈଶ-ଏ-ମହମ୍ମଦର ହତ୍ୟା ଧମକ, ଆଗାମୀ ନିଶାନା ତମ ଭଳି ବିଧର୍ମୀ

1 min read

ପ୍ୟାରିସ୍: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରୋନଙ୍କୁ ହତ୍ୟା ଧମକ ମିଳିଛି । ଏଭଳି ହତ୍ୟା ଧମକ ଦେଇଛି ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ । ଏହି ଆତଙ୍କବାଦୀ ସଙ୍ଗଠନ ଧମକ ଦେବା ସହ କହିଛି ଯେ ମାଇକ୍ରୋନ୍ ଓ ତାଙ୍କ ଭଳି ଆଉ କିଛି ବିଧର୍ମୀ ଟାର୍ଗେଟରେ ରହିଛନ୍ତି। ଜୈଶ ବ୍ୟତିତ ଅଲ କାଏଦା ଓ ଇସଲାମିକ୍ ଷ୍ଟେଟ୍ ମଧ୍ୟ ଫ୍ରାନ୍ସକୁ ବିଭିନ୍ନ ସମୟରେ ଧମକ ଦେଇଛି ।

ଅଲ କଲାମ୍ ନାମକ ଏକ ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ ଆଜି ନହେଲେ କାଲି କିମ୍ବା କେବେନା କେବେ ଆଉ ଜଣେ
ଅବଦୁଲ୍ଲା ଚେଚେନି ବାହାରିବ । କିଛି ମାସ ପୂର୍ବେ ଏହି ଅବଦୁଲ୍ଲା ଚେଚେନି ପ୍ୟାରିସର ଏକ ସ୍କୁଲ ଶିକ୍ଷକଙ୍କୁ ଗଳା କାଟି ହତ୍ୟା କରିଥିଲା । ଅବଦୁଲ୍ଲା ବ୍ୟତିତ ଆଉ କିଛି ଆତଙ୍କବାଦୀଙ୍କ ନାମ ମଧ୍ୟ ସେଥିରେ ପ୍ରକାଶ ପାଇଛି ।

ଉକ୍ତ ଅଲ କଲାମ୍ ୱେବସାଇଟରେ ଆହୁରି ବି ଉଲ୍ଲେଖ ରହିଛି ଯେ ମୁସଲମାନ ପ୍ରୋଫେଟ୍ (ମହମ୍ମଦ ସାହବ)ଙ୍କ ସମ୍ମାନ ଲାଗି ମୁସଲମାନ ମାନେ ସବୁ କିଛି କୁର୍ବାନ କରିବାକୁ ପ୍ରସ୍ତୁତ ବୋଲି । ଯଦି କେହି ଇର୍ସା ନିନ୍ଦା ଭଳି ଦୋଷ କରିବ, ତାହେଲେ ତାଙ୍କ ପାଇଁ ଅବଦୁଲ୍ଲା ଭଳି ଯୁବକ ମାନେ ଜନ୍ମ ହେବେ । କୌଣସି ମୁସଲମାନ୍ କାହାକୁ ବି କୋରାନ୍ ଜଳାଇବା କିମ୍ବା ପ୍ରୋଫେଟ୍ ବିରୋଧରେ କିଛି କହିବା ପାଇଁ ଅନୁମତି ଦିଏ ନାହିଁ ।

ଖବର ଅନୁଯାୟୀ ମେକ୍ରୋନ୍ ଫ୍ରି ସ୍ପିଚ୍ ଓ ଏକ୍ସେପ୍ରସନକୁ ଦୃଷ୍ଟିରେ ରଖି ମହମ୍ମଦ ସାହବଙ୍କୁ ନେଇ ବନାଯାଉଥିବା କାର୍ଟୁନ୍ ଉପରେ ବ୍ୟାନ୍ ଲଗାଇବା ପାଇଁ ମନା କରିଦେଇଥିଲେ । ଯାହାପରେ ମେକ୍ରୋନଙ୍କ ବିରୋଧରେ ସବୁ ମୁସଲିମ୍ ରାଷ୍ଟ୍ର ବିରୋଧ ପ୍ରଦର୍ଶନ କରିଥିଲେ । ପାକିସ୍ତାନର ରାୱଲପିଣ୍ଡିରେ ମଧ୍ୟ ଖାଦିମ ହୁସୈନ୍ ରାଜବୀଙ୍କ ଅଧ୍ୟକ୍ଷତାରେ ଫ୍ରାନ୍ସ ବିପକ୍ଷେର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ୱେବସାଇଟ୍ ମାଧ୍ୟମରେ ଅନେକ ସମୟରେ ମୁସଲମାନ ମାନେ ଭାରତ ବିରୋଧରେ ବିଷ ଓଗାଳିଥାନ୍ତି ।

Leave a Reply