କ୍ରିକେଟ ଖେଳରୁ ମର୍ଡର, ବ୍ୟାଟ୍ ଓ ଛୁରୀରେ ଆକ୍ରମଣ

କଟକ: କ୍ରିକେଟ ଖେଳରୁ ମହାଭାରତ । ବ୍ୟାଟ ଓ ଛୁରୀ ମାଡ଼ରେ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ କଟକ ଜିଲ୍ଲା ଚୌଦ୍ୱାର ଥାନା ମହିଷାନଣ୍ଡା ପଂଚାୟତର ଲକି ରାଉତ । ଘଟଣା ଅନୁଯାଇ ଶଙ୍କରପୁର ଓ ବରହମପୁର ଗାଁର ଦୁଇ ଟିମ୍ ମହିଷାନଣ୍ଡାରେ ଆୟୋଜିତ ହୋଇଥିବା ମ୍ୟାଚରେ ଖେଳିବାକୁ ଆସିଥିଲେ । ଉଭୟ ଟିମ ମଧ୍ୟରେ ରନ ରେଟକୁ ନେଇ ପାଟିତୁଣ୍ଡ ହୋଇଥିଲା ।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଖେଳ ଦେଖବାକୁ ଯାଇଥିବା ଲକି ରାଉତ ଉଭୟ ଟିମକୁ ବୁଝାଇବାକୁ ଯାଇଥିଲେ । ଏହି ସମୟରେ ଶଙ୍କରପୁର ଗାଁର କିଛି ଖେଳାଳି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଲକିଙ୍କ ପେଟ ଓ ଛାତିରେ ଗଭିର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତରଭାବେ କଟକ ଏସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଚାପ ଉତେଜନା ଲାଗି ରହିଛି ।