spot_img

Latest Posts

ଉମେଶ ପାଲ ହତ୍ୟା ମାମଲାରେ ମାଫିଆ ଅତିକର ସ୍ୱୀକାରୋକ୍ତି, ‘ଜେଲରେ ବସି ରଚିଥିଲି ହତ୍ୟାର ଷଡ଼ଯନ୍ତ୍ର’

ପ୍ରୟାଗରାଜ: ଉମେଶ ପାଲ ହତ୍ୟାକାଣ୍ଡରେ ପୁଅ ଅସଦ ଏବଂ ଶୁଟର ଗୁଲାମର ଏନକାଉଣ୍ଟରରେ ମୃତ୍ୟୁ ପରେ ଅତିକ ଅହମ୍ମଦ ଭାଙ୍ଗି ପଡ଼ିଛି । ଅତିକ ମାନିଛି ଯେ ସେ ହିଁ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲା । ରିମାଣ୍ଡ କପି ମୁତାବକ, ଅଭିଯୁକ୍ତ ଅତିକ ଅହମ୍ମଦ ୧୨ ଏପ୍ରିଲ ୨୦୨୩ରେ ପୋଲିସକୁ ଦେଇଥିବା ନିଜ ବୟାନରେ କହିଛି ଯେ ମୁଁ ଉମେଶ ପାଲ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଯୋଜନା ଜେଲରେ ବସି ରଚିଥିଲି ।

ରିମାଣ୍ଡ କପି ମୁତାବକ, ଅତିକ ପତ୍ନୀ ସାଇସ୍ତାଙ୍କୁ ଭେଟିବା ସମୟରେ ନୂଆ ମୋବାଇଲ୍ ଫୋନ୍ ଏବଂ ସିମ ଯୋଗାଇ ଦେବାକୁ କହିଥିଲା ଏବଂ ସେହି ସରକାରୀ ବ୍ୟକ୍ତିର ନାଁ ମଧ୍ୟ କହିଥିଲା ଯାହା ହାତରେ ଏହି ମୋବାଇଲ୍ ଏବଂ ସିମ ଜେଲରେ ପହଞ୍ଚିପାରିବ । ଏଥିସହିତ ଜେଲରେ ବନ୍ଦ ଅଶରଫକୁ ମଧ୍ୟ ମୋବାଇଲ୍ ଏବଂ ସିମ୍ ଯୋଗାଇ ଦିଆଯାଇଥିଲା ।

ରିମାଣ୍ଡ କପି ଅନୁସାରେ, ଅତିକ ପୋଲିସକୁ କହିଛି ଯେ ଜେଲରୁ ଉମେଶର ହତ୍ୟାର ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିଲି, ଏଥିସହିତ ସାଇସ୍ତା ସୂଚନା ଦେଇଥିଲା ଯେ ଉମେଶ ସହ ୨ ଗନମ୍ୟାନ ରହୁଛନ୍ତି, ସର୍ବପ୍ରଥମେ ଉମେଶ ପାଲଙ୍କ ସୁରକ୍ଷାରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ମାରିବାକୁ ଆଦେଶ ଥିଲା, ଅର୍ଥାତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ପୂର୍ବନିର୍ଦ୍ଧାରିତ ଥିଲା । ଅର୍ଥାତ ଏବେ ସ୍ପଷ୍ଟ ହୋଇଯାଇଛି ଯେ ଉମେଶ ପାଲ ହତ୍ୟାକାଣ୍ଡରେ ଅତିକ ଏବଂ ଅଶରଫ ତ ସାମିଲ ଥିଲେ, ଏଥିସହିତ ସାଇସ୍ତା ପରବୀନଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା ।

ବର୍ତ୍ତମାନ ସାଇସ୍ତା ପରବୀନ ଫେରାର ଅଛନ୍ତି ଏବଂ ତାଙ୍କୁ ଧରିବା ପାଇଁ ଅନେକ ଟିମର ଗଠନ କରାଯାଇଛି । ପ୍ରୟାଗରାଜ ପୋଲିସ ପାଖରେ ଇନପୁଟ ରହିଛି ଯେ ସାଇସ୍ତା ନିଜ ପୁଅ ଅସଦର ଅନ୍ତିମ ସଂସ୍କାରରେ ସାମିଲ ହୋଇପାରେ । ଏହାକୁ ନେଇ ଟିମ୍ ଆଲର୍ଟରେ ରହିଛି । ଅନ୍ୟପକ୍ଷରେ ଅତିକ ଅହମ୍ମଦ ପୁଅ ଅସଦର ଅନ୍ତିମ ଯାତ୍ରାରେ ସାମିଲ ହେବା ପାଇଁ ଗୁହାରୀ କରିଛି । ହେଲେ କୋର୍ଟ ତାକୁ ଅନୁମତି ଦେଇନାହାନ୍ତି ।

Latest Posts

Don't Miss