spot_img

Latest Posts

ସ୍ଥାୟୀ ବିଡ଼ିଓ ନିଯୁକ୍ତି ଦାବିରେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଜନପ୍ରତିନିଧି

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉପାନ୍ତ ତଥା  ଚନ୍ଦାହାଣ୍ଡି ବ୍ଲକ ନାହିଁ ନାହିଁରେ ଚାଲିଛି। ଏହି ବ୍ଲକରେ କର୍ମଚାରୀ ମରୁଡ଼ି ଲାଗି ରହିଥିବାରୁ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଦଶ ମାସ ମଧ୍ୟରେ ତିନି ଜଣ ବିଡିଓଙ୍କ ବଦଳିକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଏବେ ମଧ୍ୟ ଖାଲି ପଡ଼ିଛି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ । ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟମାନେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ସହ ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି। ସ୍ଥାୟୀ ବିଡିଓ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସରପଞ୍ଚ ସଂଘ ଜିଲ୍ଲା ସଭାପତି କହିଛନ୍ତି। ଏହି ବ୍ଲକରେ ପ୍ରାୟ ଦୁଇ ବର୍ଷ ହେବ ଆଡିସନାଲ ପ୍ରୋଗ୍ରାମ ଅଫିସର(ଏପିଓ), ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆକାଉଣ୍ଟସ୍ ଅଫିସର, ଏକ୍ସଟେନସନ ଅଫିସର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ି ରହିଛି । ସେହିଭଳି ୧୪ଟି ଗ୍ରାମ ପଞ୍ଚାୟତ ପାଇଁ ରହିଛନ୍ତି ମାତ୍ର ସାତ ଜଣ ପିଇଓ। ତହସିଲ କାର୍ଯ୍ୟାଳୟରେ ନାହାନ୍ତି ଅତିରିକ୍ତ ତହସିଲଦାର। ଓଏଲଏମରେ ନାହାନ୍ତି ବିପିସି କିମ୍ବା ବିଏଲସି। ସ୍ୱଚ୍ଛ ଭାରତ ମିଶନରେ ନାହାନ୍ତି ବିଆରସି। ଦୀର୍ଘ ଦିନ ହେବ ଲାମ୍ପସରେ ନାହାନ୍ତି ଏମଡି। ଏହି ବ୍ଲକରେ କର୍ମଚାରୀ ମରୁଡ଼ି ଲାଗି ରହିଥିବାରୁ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସ୍ଥାୟୀ ବିଡିଓ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ବ୍ଲକ ସମିତିସଭ୍ୟ ଓ ସରପଞ୍ଚମାନେ କହିଛନ୍ତି। ଏଣେ ୧୪ଟି ପଞ୍ଚାୟତ ପାଇଁ ରହିଛନ୍ତି ମାତ୍ର ୩ ଜଣ କନିଷ୍ଠ ଯନ୍ତ୍ରୀ। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।

Latest Posts

Don't Miss