ଦୁଇ ଦିନ ହେଲା ଗଛରେ ରହିଛି ଭାଲୁ, ଫେଲ୍ ମାରିଲା କୌଶଳ

ନବରଙ୍ଗପୁର: ଉମରକୋଟରେ ମିଶନ ଭାଲୁ ରେସ୍କୁ । ଦୁଇ ଦିନ ହେଲା ଗଛରେ ରହିଛି ଭାଲୁ । ଭାଲୁକୁ ଓହ୍ଲାଇବା ପାଇଁ ଉମରକୋଟ ବନ ବିଭାଗର ସବୁ କୌଶଳ ଫେଲ ମାରିଲା । ଉଦ୍ଧାର ପାଇଁ ନବରଙ୍ଗପୁରରୁ ଆସୁଛନ୍ତି ଏକ ଟିମ୍ । ଉମରକୋଟ ବଙ୍ଗୀୟ ଗ୍ରାମ ନାୟକ ଗୁଡା ଗ୍ରାମର ଘଟଣା । ନାୟକଗୁଡ଼ା ୟୁଭି ୧୧ ଗାଁରେ ଏକ ନିମ୍ବ ଗଛ ଉପରେ ଭାଲୁ ଚଢିଛି ।

ସେପଟେ ଭାଲୁକୁ ଦେଖି ଲୋକ ଭୟଭିତ ହୋଇଛନ୍ତି । ଗତ ରାତିରେ ଖାଦ୍ୟ ଅନ୍ୱେଷଣରେ ଭାଲୁଟି ଗାଁ ଭିତରକୁ ପଶିଥିଲା । ସକାଳୁ ଜଙ୍ଗଲକୁ ଫେରି ନପାରି ଗଛ ଉପରେ ଚଢିରହିଛି । ଭାଲୁ ଭୟରେ ଲୋକ ଚଲପ୍ରଚଳ ହୋଇପାରୁନାହାନ୍ତି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ମାଇକ ଯୋଗେ ଲୋକଙ୍କୁ ସତର୍କ କରିବା ସହ ଭାଲୁକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି ।

Leave a Reply