spot_img

Latest Posts

କଂଗ୍ରେସ ଛାଡ଼ିଲେ ଉମା ଶଙ୍କର ସାହୁ

ଦେବଗଡ଼: ଦେବଗଡ଼ କଂଗ୍ରେସକୁ ବଡ଼ ଝଟକା। ଦଳ ଛାଡିଲେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ୨୦୧୯ ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଉମା ଶଙ୍କର ସାହୁ। ଦେବଗଡ଼ ପୌରାଞ୍ଚଳ ଓ ସମସ୍ତ ୩ ବ୍ଲକର ୮୦ ଜଣ ପୂର୍ବତନ ଦଳୀୟ ପଦାଧିକାରୀଙ୍କ ସମେତ ୧୫୦ରୁ ଅଧିକ କଂଗ୍ରେସ କର୍ମୀ ଦଳରୁ ଦେଇଛନ୍ତି ସାମୂହିକ ଇସ୍ତଫା। ସମସ୍ତେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ କଂଗ୍ରେସର ଶୀର୍ଷ ନେତୃବୃନ୍ଦଙ୍କ ଦଳ ପରିଚାଳନାରେ ଅପାରଗତାକୁ ଦାୟୀ କରି ସମସ୍ତେ ଇସ୍ତଫା ଦେଇଛନ୍ତି।

Latest Posts

Don't Miss