spot_img

Latest Posts

ନେତା ହେବ ତ ଏମିତି: ଦା’ ଧରି ଧାନ କାଟୁଛନ୍ତି ଉମରକୋଟ୍ ବିଧାୟକ….

ଉମରକୋଟ୍: ଚଷା ପୁଅ ଚାଷ କରିବା ବଡ଼ କଥା ନୁହେଁ । ମୁଁ ମୋର କୌଳିକ ବୃତ୍ତି କରୁଛି । ଚାଷୀଙ୍କ କାନ୍ଧକୁ କାନ୍ଧ ମିଶାଇଲେ ସେମାନଙ୍କ ମନୋବଳ ବଢିବ । ଏଥିଲା ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା । ଉମରକୋଟର ଏହି ବିଧାୟକ ଚର୍ଚ୍ଚାକୁ ଆସିବା ନୂଆ କଥା ନୁହେଁ । ନିଜ ଲୋକଙ୍କ ପାଇଁ ଅସମୟର ବନ୍ଧୁ ସାଜି ସେ ସବୁବେଳେ ଆଗେଇ ଆସିଛନ୍ତି ।ବିଧାୟକ ଠାଣି ଛାଡି, ଚାକଚକ୍ୟର ବଳୟ ଭିତରୁ ବାହାରି ଲୋକଙ୍କ ସୁଖଦୁଃଖରେ ସବୁବେଳେ ଠିଆ ହୋଇଛନ୍ତି ସେ । ଏମିତି ଜଣେ ନେତା ଯେ ଦୁର୍ନୀତି ଖୋର ସାଜି ଚର୍ଚ୍ଚାକୁ ଆସନ୍ତିନାହିଁ ବରଂ ଲୋକଙ୍କ ମେଳରେ ସମୟ ଅତିବାହିତ କରି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି ।ତେବେ ଏଥର ନିତ୍ୟାନନ୍ଦ ହାତରେ ଦା’ ଧରି ଧାନ କାଟୁଥିବାର ଚିତ୍ର ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ନିଜ ଅଞ୍ଚଳର ଲୋକଙ୍କୁ ଧାନକଟାରେ ସହଯୋଗ କରୁଛନ୍ତି । କହିଛନ୍ତି, ଚାଷୀ ପରିବାରରୁ ଆସିଥିବାରୁ ଚାଷ କାର୍ଯ୍ୟ ପ୍ରତି ତାଙ୍କର ଦୁର୍ବଳତା ରହିଛି । ବିଧାୟକ ହେବା ପୂର୍ବରୁ ତାଙ୍କ ପରିଚୟ ଏକ ଚାଷୀ ଭାବେ ସୀମିତ ଥିଲା । ଚାଷ ଖୁସି ଦିଏ, ତେଣୁ ଏସବୁ କରୁଛି । ବାପା, ଜେଜେବାପାଙ୍କ ଅମଳରୁ ଚାଷ କରୁଛୁ, ଆଗରୁ ଜମିରେ ଅଧିକ ସମୟ ଦେଇ ପାରୁଥିଲି ମାତ୍ର ଏବେ ବିଧାୟକ ଭାବେ ଦାୟିତ୍ୱ ନେବା ପରେ ସମୟ ହେଉନି ।ତେବେ ସେ ଏକା ନୁହେଁ, ବରଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ଧାନ କାଟୁଥିବାର ଦେଖିବାକୁ ମିଳିଥିଲା । ତାଙ୍କ ପତ୍ନୀ ପେଶାରେ ଜଣେ ଶିକ୍ଷୟତ୍ରୀ । ସେ ମଧ୍ୟ ନିଜକୁ ଚାଷୀ ପରିବାର ଝିଅ ବୋଲି କହିଛନ୍ତି । କରୋନା ପାଇଁ ସ୍କୁଲ ଛୁଟି ଥିବା ହେତୁ ସେ ସ୍ୱାମୀଙ୍କୁ ଚାଷ କାର୍ଯ୍ୟରେ ସହଯୋଗ କରୁଥିବା କହିଛନ୍ତି ।

Latest Posts

Don't Miss