ଚାମ୍ପିଅନ୍ ଟ୍ରଫି ନେଇ ଫେରିଲା ଓଡ଼ିଶା ଜଗରନଟ୍ସ ଖୋ ଖୋ ଟିମ

ଭୁବନେଶ୍ବର: ଚାମ୍ପିଅନ୍ ଟ୍ରଫି ନେଇ ଫେରିଲା ଟିମ ଓଡ଼ିଶା ଜଗରନଟ୍ସ  । ଭୁବନେଶ୍ବର ବିମାନବନ୍ଦରରେ ଖେଳାଳିଙ୍କୁ କରାଗଲା ଭବ୍ୟ ସ୍ବାଗତ  । ପାରମ୍ପରିକ ନାଚଗୀତରେ ଗ୍ରାଣ୍ଡ ଓ୍ବେଲକମ୍ କଲା କ୍ରୀଡ଼ା ବିଭାଗ  । କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଟିମକୁ ସ୍ବାଗତ କରିଛନ୍ତି  । ଅଲଟିମେଟ୍ ଖୋ ଖୋର ପ୍ରଥମ ସଂସ୍କରଣରେ ଚାମ୍ପିଅନ ହୋଇଛି ଓଡ଼ିଶା  ।

ତେଲୁଗୁ ଯୋଦ୍ଧାସକୁ ଗୋଟିଏ ପଏଣ୍ଟରେ ପରାସ୍ତ କରି ଟ୍ରଫି ହାତେଇଛି ଓଡ଼ିଶା ଜଗରନଟ୍ସ  । ଖେଳ ସମୟରେ ମୁଖ୍ୟମନ୍ତ୍ରୀ ଓ ଫାଇଭ ଟି ସଚିବ ମୋବାଇଲରେ ଐତିହାସିକ ମୁହୂର୍ତ୍ତକୁ ଉପଭୋଗ କରିଥିଲେ  । ଓଡ଼ିଶା ଟିମକୁ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।