ଭାରତରେ ୟୁକ୍ରେନ ବିଦେଶ ମନ୍ତ୍ରୀ ଏମିନି ଡିଜାପୋର୍ଭା

ନୂଆଦିଲ୍ଲୀ: ଭାରତରେ ଯୁଦ୍ଧଗ୍ରସ୍ତ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଦିଲ୍ଲୀସ୍ଥିତ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ୟୁକ୍ରେନ ବିଦେଶ ମନ୍ତ୍ରୀ ଏମିନି ଡିଜାପୋର୍ଭା । ଋଷିଆ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନର କୌଣସି ମନ୍ତ୍ରୀ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି।  ବୈଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁକ୍ରେନ୍ ଯିବା ପାଇଁ ନିମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି ।

ଭାରତ ଓ ୟୁକ୍ରେନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ବିଶ୍ବ ସମସ୍ୟା ନେଇ ଆଲୋଚନା ହେବ । ଋଷର ଆକ୍ରମଣ ଯୋଗୁ ୟୁକ୍ରେନର ହୋଇଥିବା କ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ଦେବେ ଏମିନି । ଗତବର୍ଷ ଭାରତ ସରକାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଆଲୋଚନା କରିଥିଲେ । ଯୁଦ୍ଧ ସମୟରେ କୌଣସି ସହାୟତାର ଆବଶ୍ୟକ ପଡିଲେ ସହାୟତା ଦିଆଯିବ ବୋଲି ଭାରତ ସରକାର କହିଥିଲେ ।

ଭାରତ ଉଭୟ ଋଷ ଓ ୟୁକ୍ରେନଠାରୁ ସମଦୂରତା ରକ୍ଷା କରୁଥିବା ବେଳେ ୟୁକ୍ରେନ ପ୍ରତି ସମର୍ଥନ ପାଇଁ ଏମିନି ନିବେଦନ କରିପାରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଋଷର ଆକ୍ରମଣକୁ ଭାରତ ନିନ୍ଦା କରିନଥିବା ବେଳେ ୟୁକ୍ରେନ କୂଟନୈତିକ ପ୍ରସ୍ତାବ ରଖିପାରେ ବୋଲି ବୈଦେଶିକ ବିଶେଷଜ୍ଞ ଅନୁମାନ କରିଛନ୍ତି ।