ଜୈବିକ ଅସ୍ତ୍ରଶସ୍ତ୍ର ନିର୍ମାଣକୁ ଖଣ୍ଡନ କଲେ ୟୁକ୍ରେନ ରାଷ୍ଟ୍ରପତି, କହିଲେ- ମୁଁ ବି ଜଣେ ବାପା…
1 min read
କିଭ୍: ୟୁକ୍ରେନରେ କୗେଣସି ପ୍ରକାର ରାସାୟନିକ ତଥା ଜୖେବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଇନଥିବା କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି। ଏହାଛଡା ଋଷ ଯଦି ଦେଶରେ ରାସାୟନିକ ଶସ୍ତ୍ର ପକାଏ ତାହେଲେ ଋଷ ଉପରେ ଅଧିକ ପ୍ରତିବନ୍ଧକ ଲାଗିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଶୁକ୍ରବାର ଦିନ ଏକ ଭିଡ଼ିଓ ଜାରି କରି ଜେଲେନସ୍କି କହିଛନ୍ତି ଯେ, ମୁଁ ଏକ ଭଲ ଦେଶ ଓ ଦାୟିତ୍ୱବାନ ରାଷ୍ଟ୍ରର ରାଷ୍ଟ୍ରପତି । ମୁଁ ଦୁଇ ସନ୍ତାନଙ୍କ ବାପା ମଧ୍ୟ । ମୋ ମାଟି ଉପରେ କୗେଣସି ରାସାୟନିକ ଅସ୍ତ୍ରଶସ୍ତ୍ର କିମ୍ବା ନରସଂହାର ପାଇଁ ହତିଆର ବନା ହୋଇନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଦୁନିଆ ଜାଣିଛି, ଆପଣମାନେ ବି ଜାଣିଛନ୍ତି। ଯଦି ଋଷ ଆମ ବିରୋଧରେ ଏଭଳି କିଛି କରିବ ତେବେ ଜବାବରେ କଠୋର ପ୍ରତିବନ୍ଧକ ଲଗାଇବୁ।
View this post on Instagram
ଗୁରୁବାର ଦିନ ଏକ ସାକ୍ଷାତକାରରେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଆଇଗର କୋନାଶେଙ୍କୋଭ କହିଛନ୍ତି ଯେ ଆମେରିକା ପକ୍ଷରୁ କରାଯାଇଥିବା ରିସର୍ଚ୍ଚର ଉଦ୍ଦେଶ୍ୟ ଥିଲା ଜୈବିକ ହତିଆର ତିଆରି କରିବା । ସେ ଆହୁରି ମଧ୍ୟ କହିଛନ୍ତି, ଆମେରିକା ୟୁକ୍ରେନରେ ଜୈବିକ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା ସମ୍ପର୍କିତ ଦସ୍ତାବିଜ୍ ମନ୍ତ୍ରଣାଳୟକୁ ମିଳିଛି ।
ଆମେରିକା ପକ୍ଷୀ, ବାଦୁଡି ଓ ସରୀସୃପ ସହିତ ଆଫ୍ରିକା ସ୍ୱାଇନ୍ ଫ୍ଲୁ ଓ ଆଥ୍ଥ୍ରାକ୍ସ ଉପରେ ଗବେଷଣା କରିବାକୁ ଯୋଜନା ଚଳାଇଛି । ଏହି ଗବେଷଣାକୁ ଆମେରିକୀୟ ଅଧିକାରୀ ଗୁପ୍ତ ଭାବେ କରୁଥିବା ସେମାନେ ଦାବି କରିଛନ୍ତି।
ଏଭଳି ଦାବିକୁ ୟୁକ୍ରେନ୍ ଖଣ୍ଡନ କରିଥିବା ବେଳେ ଆମେରିକା ମଧ୍ୟ ମନା କରିଛି। ଆମେରିକା ପକ୍ଷରୁ କୁହାଯାଇଛି ଯେ, ଆମେ କୌଣସି ପ୍ରକାର ଜୈବିକ ହତିଆର ପାଇଁ ୟୁକ୍ରେନକୁ ସହଯୋଗ କରୁନୁ। ଖାଲି ଏତିକି ନୁହେଁ ସୋଭିଏତ୍ ସଂଘର ଅଂଶ ଥିବା ଜର୍ଜିଆରେ ଆମେରିକା ଗୁପ୍ତ ଭାବେ ଜୈବିକ ପ୍ରଣାଳି ପ୍ରୟୋଗ କରୁଥିବା ଋଷ ଦାବି କରିଛି ।