spot_img

Latest Posts

ଝୁକେଙ୍ଗେ ନେହିଁ ଜେଲେନସ୍କି ! ପ୍ରଥମେ ପୁତିନଙ୍କ ସେନାଙ୍କୁ ହତ୍ୟା ଏବେ ମସ୍କଙ୍କୁ ଥରାଇଲେ

ନନ୍ଦିଘୋଷ ବ୍ୟୁରୋ: ମୁଣ୍ଡ ନୁଆଁଇବେନି ଜେଲେନସ୍କି । ଶାନ୍ତି ସ୍ଥାପନା ପୂର୍ବରୁ ମୁଣ୍ଡ ନୁଆଁଇବା ମନୋଭାବରେ ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ନିଜ ଦମରେ ବିନା କାହାର ସମର୍ଥନରେ ୧୦,୦୦୦ ରୁଷୀୟ ସୈନିକଙ୍କୁ ହତ୍ୟା କରିଥିବା ୟୁକ୍ରେନ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏଲୋନ ମସ୍କଙ୍କ ସହିତ ଏକ ବଡ ଖେଳ ଖେଳିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ସୋମବାର ଦିନ ମସ୍କଙ୍କ ‘X’ ରେ ହୋଇଥିବା ସାଇବର ଆକ୍ରମଣ ପଛରେ ୟୁକ୍ରେନର ହାତ ଥିବା ମସ୍କ ଦାବି କରିଛନ୍ତି ।

ଏଲୋନ ମସ୍କ କଣ କହିଛନ୍ତି?

ଏକ ଇଣ୍ଟରଭ୍ୟୁରେ ଏଲନ ମସ୍କ କହିଛନ୍ତି ଯେ,  ସୋମବାର ଦିନ X ଉପରେ ସାଇବର ଆକ୍ରମଣ ହୋଇଥିଲା। ମୁଁ ଠିକ୍ ଭାବେ ଜାଣିନି କ’ଣ ଘଟିଥିଲା ​​, କିନ୍ତୁ ଏହି ଆକ୍ରମଣ ପଛରେ ୟୁକ୍ରେନର ହାତ ଅଛି । ମସ୍କଙ୍କ ଅନୁଯାୟୀ, ୟୁକ୍ରେନରୁ ଆରମ୍ଭ ହୋଇଥିବା IP ଠିକଣା X ସିଷ୍ଟମକୁ ନଷ୍ଟ କରିବା ପାଇଁ ଏକ ବଡ଼ ସାଇବର ଆକ୍ରମଣ କରାଯାଇଥିଲା। ଏହି କାରଣରୁ, X କାମ କରିବା ବନ୍ଦ କରିଦେଇଥିଲ । ମସ୍କ କହିଛନ୍ତି ଯେ ଏହି ଆକ୍ରମଣ ଯୋଜନାବଦ୍ଧ ଭାବରେ କରାଯାଇଥିଲା । ତେଣୁ, ଏହା ଅନୁମାନ କରିବାକୁ ପଡିବ ଯେ ଆକ୍ରମଣ ପଛରେ ଏକ ବଡ଼ ଗୋଷ୍ଠୀ ଅଛି । ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ଏବଂ ମସ୍କଙ୍କ ମଧ୍ୟରେ ବିବାଦର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି। ୟୁକ୍ରେନରେ ଷ୍ଟାରଲିଙ୍କ ପ୍ରକଳ୍ପକୁ ନେଇ ପୋଲାଣ୍ଡ ବୈଦେଶିକ ମନ୍ତ୍ରୀ ଏବଂ ମସ୍କଙ୍କ ମଧ୍ୟରେ ବିତର୍କ ହୋଇଥିଲା । ଏହି ବିତର୍କରେ, ମସ୍କ ଗୋଟିଏ ବଟନ୍ ସାହାଯ୍ୟରେ ୟୁକ୍ରେନକୁ ଧ୍ୱଂସ କରିବା ବିଷୟରେ କହିବା ସହିତ ପୋଲାଣ୍ଡର ବୈଦେଶିକ ମନ୍ତ୍ରୀଙ୍କୁ ଜଣେ ଛୋଟ ବ୍ୟକ୍ତି କହି ଆକ୍ଷେପ କରିଥିଲେ ।

ଶାନ୍ତି ଚୁକ୍ତି ପାଇଁ ସାଉଦି ଆରବରେ ଜେଲେନ୍ସକି

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷ ସହିତ ଏକ ଶାନ୍ତି ଚୁକ୍ତି ଆଲୋଚନା କରିବା ପାଇଁ ସାଉଦି ଆରବରେ ଅଛନ୍ତି। ଏଠାରେ ସେ ଆମେରିକାର ବୈଦେଶିକ ମନ୍ତ୍ରୀ ରୁବିଓଙ୍କ ସହ କଥାବାର୍ତ୍ତା କରୁଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଜେଲେନସ୍କି ଯୁଦ୍ଧବିରତି ଚାହାଁନ୍ତି ଯାହା ଦ୍ଵାରା ଆଲୋଚନା ସମାପ୍ତ ନହେବା ପର୍ଯ୍ୟନ୍ତ ୟୁକ୍ରେନର ଲୋକମାନେ କୌଣସି କ୍ଷତି ସହିବେ ନାହିଁ । ୟୁକ୍ରେନ ଏକ ସ୍ଥାୟୀ ଯୁଦ୍ଧବିରତି ହାସଲ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସେହି ଭୂମିକୁ ମଧ୍ୟ ଚାହାଁନ୍ତି ଯାହାକୁ ପୁଟିନଙ୍କ ସେନା ଯୁଦ୍ଧ ସମୟରେ କବଜା କରିଛି । ୨୦୨୨ ମସିହାରେ ନାଟୋ ସଦସ୍ୟତାକୁ ନେଇ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା ।

Latest Posts

Don't Miss