spot_img

Latest Posts

ଉଦ୍ଧାର ହେବେ ୯ ହଜାର ଶିଶୁ, ଋଷ-ୟୁକ୍ରେନ ସୀମାରେ ବିପନ୍ନ ଶିଶୁଙ୍କ ଜୀବନ

ବ୍ୟୁରୋ ରିପୋର୍ଟ: ଋଷ-ୟୁକ୍ରେନ ସୀମାରେ ବିପନ୍ନ ଶିଶୁଙ୍କ ଜୀବନ। ତୁରନ୍ତ ୯ ହଜାର ଶିଶୁଙ୍କୁ ଉଦ୍ଧାର ଲାଗି ଆରମ୍ଭ ହେବ ରେସ୍କ୍ୟୁ ଅପରେସନ। ୟୁକ୍ରେନ ପକ୍ଷରୁ ବାରମ୍ବାର ବୋମା ବର୍ଷଣ କରାଯାଉଥିବାରୁ ସେମାନଙ୍କୁ ନିରାପତ୍ତା ସ୍ଥାନକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ବେଲଗୋରୋଡରୁ ଶିଶୁମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଗଭର୍ଣ୍ଣର ଭି. ଗ୍ଲାଡକୋଭ। ସୀମା ସୁରକ୍ଷା ଲାଗି ଏକ ବଫର ଜୋନ କରାଯିବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିବାର ଦିନକ ପରେ ଶିଶୁଙ୍କୁ ରକ୍ଷା କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ବୋଲଗୋରୋଡ ଅଞ୍ଚଳରେ ଥିବା ତୈଳ ରିଫାଇନେରୀଗୁଡିକ ଉପରେ ୟୁକ୍ରେନ ପକ୍ଷରୁ ମିସାଇଲ ଆକ୍ରମଣ କରାଯାଉଛି । ସ୍ଥାନୀୟ ଲୋକମାନେ ବି ମୃତାହତ ହେଉଛନ୍ତି । ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ଶିଶୁ । ଏହି ଅଞ୍ଚଳରେ ଗତ ସପ୍ତାହରେ ୧୬ଜଣଙ୍କ ମୃତ୍ଯୁ ହେବା ସହ ୯୮ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ ତୁରନ୍ତ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଅନୁରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ତେଣେ ଋଷ ପକ୍ଷରୁ ବିଭିନ୍ନ ଧରଣର ଉନ୍ନତମାନର ମିସାଇଲ, ୩୨୦ଟି ସାହିଦ ଡ୍ରୋନ, ୯୦୦ଟି ଗାଇଡେଡ ଏୟାର ବମ୍ବ ବ୍ୟବହୃତ ହୋଇଥିବା ଅଭିଯୋଗ କରିଛି ୟୁକ୍ରେନ।

Latest Posts

Don't Miss