ଆକ୍ସନ ମୋଡରେ ଋଷ, ବାଇଡେନଙ୍କ ସହ ଅନ୍ୟ ଆମେରିକୀୟ ଅଧିକାରୀଙ୍କ ଉପରେ ଲଗାଇଲା ପ୍ରତିବନ୍ଧକ

Ukraine War Russia Sanctions Restrictions On US President Biden

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଅନ୍ୟ ଦେଶ ଉପରେ ଲଗା ଯାଉଥିବା ପ୍ରତିବନ୍ଧକ ଏବେ ବଡ଼ ପ୍ରସଙ୍ଗ ପାଲଟିଛି । ଆମେରିକାରୁ ନେଇ ବ୍ରିଟେନ୍ ଯାଏ ଅନେକ ଦେଶ ଋଷ ବିରୋଧରେ କଡ଼ା ପ୍ରତିବନ୍ଧକ ଲାଗୁ କରିଛନ୍ତି । ଏବେ ଅନ୍ୟ ଦେଶର ଏହି ଆକ୍ସନ ଉପରେ ରିଆକ୍ସନ ଦେଖାଇଛି ଋଷ । ଆମେରିକା ରାଷ୍ଟ୍ରପିତ ଜୋ ବାଇଡେନ୍, ହିଲେରି କ୍ଲିଙ୍ଗଟନ୍ ସମେତ ଅନେକ ଆମେରିକା ଅଧିକାରୀଙ୍କ ବିପକ୍ଷରେ ଋଷ ପ୍ରତିବନ୍ଧକ ଲଗାଇଛି ।

Ukraine War Russia Sanctions Restrictions On US President Biden

ୟୁକ୍ରେନ୍ ବିରୋଧରେ ପୁଟିନ ଯୁଦ୍ଧ ଘୋଷଣା ପରେ ଆମେରିକାରୁ ନେଇ ୟୁରୋପୀୟ ଦେଶ ପର୍ଯ୍ୟନ୍ତ ସମସ୍ତ ଅର୍ଥ ବ୍ୟବସ୍ଥାକୁ ଝଟକା ଲାଗିଛି । ଅନେକ ପ୍ରକାର ପ୍ରତିବନ୍ଧକ ବି ଲାଗିଛି । ବାୟୁସୀମା ବନ୍ଦ କରିବାରୁ ନେଇ ଋଷରୁ ତେଲ ଆମଦାନୀ ରୋକିବା । ଏହି ପ୍ରତିବନ୍ଧକ ଫଳରେ ଋଷ ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି । ଏପରିକି ଖୋଦ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ପୁଟିନଙ୍କ ପାଇଁ ଋଷର ଅର୍ଥ ବ୍ୟବସ୍ଥା ବ୍ୟାପକ ଭାବେ କ୍ଷତି ସହିଛି ।

Ukraine War Russia Sanctions Restrictions On US President Biden

ଏବେ ପ୍ରତିବନ୍ଧକର ଜବାବ ଋଷ ପ୍ରତିବନ୍ଧକ ଲଗାଇ ଦେଇଛି । ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଋଷ ପ୍ରତିଶୋଧ ନେଇଛି । ତେବେ ଋଷର ପ୍ରତିବନ୍ଧକ ପ୍ରତିଶୋଧ ଉପରେ ଏଯାଏ ଆମେରିକା କୌଣସି ପ୍ରତିକ୍ରିୟ ଦେଇନାହିଁ । ପୂର୍ବରୁ ଆମେରିକା ବାରମ୍ବାର ଚେତାବନୀ ଦେବା ସହ ପରିଣାମ ଗମ୍ଭୀର ହେବ ବୋଲି କହି ଆସୁଥିବା ବେଳେ ଋଷ ହାଲକାରେ ନେଇଥିଲା । ମୁଣ୍ଡ ନୂଆଁଇ ନଥିବା ଋଷ ଆଗକୁ ବି ନଇଁବା ଭଳି ଲାଗୁ ନାହିଁ ।

Ukraine War Russia Sanctions Restrictions On US President Biden

ୟୁ୍କ୍ରେନ୍ ସହ ୨୦ ଦିନ ହେଲା ଯୁଦ୍ଧ ଚାଲିଛି । ଉଭୟ ଦେଶ ଅନେକ ଥର ଆଲୋଚନା ପାଇଁ ଏକାଠି ହେଲେଣି ତଥାପି ଯୁଦ୍ଧ ଭୂଇଁରେ ସ୍ଥିତି କିଛି ବି ବଦଳିନି । ଅନ୍ୟପଟେ ନାଟୋରେ ସାମିଲ୍ ହେବେ ନାହିଁ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଯଦିଓ କହିଛନ୍ତି, ତଥାପି ତାଙ୍କ ସ୍ୱର ନରମ ପଡ଼ିନି । ନିଜେ ଜେଲେନସ୍କି କହିଛନ୍ତି ୟୁକ୍ରେନ୍ ହାର୍ ମାନିବ ନାହିଁ । ଋଷକୁ ମୁହଁତୋଡ଼ ଜବାବ ଦେବ ।