ମାରିୟୁପୋଲ ଷ୍ଟିଲପ୍ଲାଣ୍ଟରୁ ସମସ୍ତ ବିପନ୍ନ ଉଦ୍ଧାର, ମହିଳା, ଶିଶୁ ଓ ବୟସ୍କଙ୍କୁ ଉଦ୍ଧାର କଲେ ରେସକ୍ୟୁ ଟିମ୍

କିଭ୍: ୟୁକ୍ରେନ ପୋର୍ଟସିଟି ମାରିୟୁପୋଲ ଷ୍ଟିଲପ୍ଲାଣ୍ଟରୁ ସମସ୍ତ ବିପନ୍ନ ଉଦ୍ଧାର ହୋଇଛନ୍ତି । ପ୍ରାୟ ଏକ ମାସ ଧରି ଆଜଭୋସ୍ତଲ ଷ୍ଟିଲ ପ୍ଲାଣ୍ଟରେ ଫସିଥିବା ସମସ୍ତ ମହିଳା, ଶିଶୁ ଓ ବୟସ୍କ ଉଦ୍ଧାର ହୋଇଛନ୍ତି । ଏନେଇ ଘୋଷଣା କରିଛନ୍ତି ୟୁକ୍ରେନ ଉପପ୍ରଧାନମନ୍ତ୍ରୀ । ଋଷ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ ଜାରି ରହିଥିବାବେଳେ ସେଠାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଫସିଥିଲେ ବିପନ୍ନ ।

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଜାତିସଂଘ ଓ ରେଡକ୍ରସର ଟିମ୍ । ୟୁକ୍ରେନ ଉପ ପ୍ରଧାନମନ୍ତ୍ରୀ କହିଛନ୍ତି ମାରିୟୁପୋଲରେ ମାନବିକ ସହାୟତା ଅପରେସନ ଶେଷ ହୋଇଛି । ସେପଟେ ଖାରକିଭରେ ଋଷ ବିରୋଧରେ ୟୁକ୍ରେନର କଡ଼ା ଟକ୍କର । ଖାରକିଭକୁ ୟୁକ୍ରେନବାହିନୀ ଖୁବ୍ ଶୀଘ୍ର ନିଜ କବଜାକୁ ଆଣିପାରନ୍ତି ବୋଲି ସୂଚନା ମିଳିଛି ।