ଆକ୍ରମଣକୁ ଜୋରଦାର କରୁଛି ଋଷ, ଏକାଥରକେ ପ୍ରାଣ ହରାଇଲେ ୧୦୦ ଯବାନ

America Vs Russia Which country is supporting whom in Ukraine Crisis

କିଭ୍: ୨୫ ଦିନରେ ୟୁକ୍ରେନ ଓ୍ବାର । ଥମିବାର ନାଁ ଧରୁନି ଯୁଦ୍ଧ । ଦିନକୁ ଦିନ ତୀବ୍ର ହେଉଛି ଆକ୍ରମଣ । ମାୟକୋଲେଭର ଏକ ସାମରିକ ବାରାକ ଉପରେ ଋଷ କରିଥିବା ବୋମାମାଡ ଘଟଣାରେ ମୃତ୍ୟୁସଂଖ୍ୟା ୧୦୦ରୁ ଅଧିକ ହୋଇଥିବା ଆଶଙ୍କା କରାଯାଉଛି । ବାରାକରେ ୨୦୦ରୁ ଅଧିକ ସୈନ୍ୟ ଶୋଇଥିବା ବେଳେ ଏହି ହମଲା ହୋଇଥିଲା ବୋଲି ଅଭିଯୋଗ କରିଛି ୟୁକ୍ରେନ । ରକେଟ୍ ମାଡରେ ବାରାକ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି ।

କିଛି ଦିନ ଧରି କୌଶଳଗତ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ପୋର୍ଟ ସିଟି ଓଡେଶା ନିକଟସ୍ଥ ମାୟକୋଲେଭରେ ଘନ ଘନ ବୋମାମାଡ କରାଯାଉଛି । ରାଜଧାନୀ କିବରେ ବି ଆକ୍ରମଣ ଜାରିରହିଛି । ବର୍ତ୍ତମାନ ସୁଦ୍ଧା ସେଠାରେ ୨୨୮ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରିଛନ୍ତି ମେୟର । ସେପଟେ ତୁରନ୍ତ ଶାନ୍ତି କଥାବାର୍ତ୍ତା ଲାଗି ପୁଣି ଥରେ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ଯୁଦ୍ଧରେ ୟୁକ୍ରେନର ଯେଉଁ କ୍ଷତି ଘଟିଲାଣି ସେଥିଲାଗି ଋଷବାସୀଙ୍କ ଅନେକ ପିଢିଙ୍କୁ ମୂଲ୍ୟ ଦେବାକୁ ପଡିବ ।

Russia Running Short Of Soldiers Putin Recruiting Foreign Fighters

ୟୁକ୍ରେନ ପ୍ରସଙ୍ଗରେ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଗତ ଫେବ୍ରୁଆରୀ ୨୪ରେ ଆକ୍ରମଣର ଆରମ୍ଭ ପରଠାରୁ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଛାଡି ଚାଲିଗଲେଣି ୩୩ ଲକ୍ଷ ୨୮ ହଜାରରୁ ଅଧିକ ନାଗରିକ । ଏହାସହ ପ୍ରାୟ ୬୫ ଲକ୍ଷ ଲୋକ ବେଘର ହେଲେଣି ବୋଲି ସୂଚନା ଦେଇଛି ଜାତିସଂଘ । ଦେଶ ଛାଡିଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ହେଉଛନ୍ତି ମହିଳା ଓ ଶିଶୁ । କେବଳ ପୋଲାଣ୍ଡକୁ ୨୦ ଲକ୍ଷ ଲୋକ ଚାଲିଯାଇଥିବା ବେଳେ ରୋମାନିଆରେ ଶରଣାର୍ଥୀ ସାଜିଲେଣି ୫ ଲକ୍ଷ ନାଗରିକ ।