ବଢିବ କି ଋଷ-ୟୁକ୍ରେନ ଯୁଦ୍ଧ ! ବିଶ୍ବଯୁଦ୍ଧ ପାଇଁ ଉସକାଉଛନ୍ତି ଏହି ୫ଟି ଦେଶ ..

ନନ୍ଦିଘୋଷ ବ୍ୟୁରୋ: ଡବଲ ଗେମ୍ ଖେଳୁଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି । ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ସର୍ତ୍ତରେ ରାଜି ହେଉଛନ୍ତି, ଅନ୍ୟପଟେ ୟୁରୋପୀୟ ଦେଶମାନଙ୍କୁ ଉସୁକାଉଛନ୍ତି ଯାହାଦ୍ଵାରା ନାଟୋ ମଧ୍ୟ ରୁଷ ବିରୁଦ୍ଧରେ ଯୁଦ୍ଧ କରିବ। ଦିନକୁ ଦିନ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ୟୁରୋପରେ ବିଶ୍ୱଯୁଦ୍ଧର ଭୟ ବଢ଼ିଛି, କିନ୍ତୁ ୟୁରୋପୀୟ ଦେଶ ଏବଂ ରୁଷ ଯେଉଁ ପ୍ରକାରର ପ୍ରସ୍ତୁତି କରୁଛନ୍ତି ତାହା ପରମାଣୁ ଯୁଦ୍ଧ ଆଡ଼କୁ ଇଙ୍ଗିତ କରୁଛି କାରଣ ଏବେ ୟୁରୋପର ୨୫ଟି ଦେଶ ୟୁକ୍ରେନକୁ ଶାନ୍ତି ସୁରକ୍ଷା ବାହିନୀ ପଠାଇବା ଉପରେ ଚୂଡ଼ାନ୍ତ ମୋହର ଲଗାଇବାକୁ ଯାଉଛନ୍ତି। ଯଦି ଏହା ଘଟେ, ତେବେ ପୁଟିନଙ୍କ କ୍ରୋଧ ୟୁରୋପରେ ଏକ ଅଗ୍ନିଝଡ଼ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ରୁଷ ଉପରେ ୟୁକ୍ରେନର ଆକ୍ରମଣ ଥମିବାର ନାଁ ନେଉନାହିଁ । ଯୁଦ୍ଧବିରତିର କୌଣସି ଉପାୟ ନାହିଁ। ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ଏବେ ୟୁରୋପ ଏକ ବିଶ୍ୱଯୁଦ୍ଧ ଆଡକୁ ଗତି କରୁଛି । ଯଦି ଏହାର କାରଣ ଜାଣିବାକୁ ଚାହିଁବା ତେବେ ଟ୍ରମ୍ପ ଏବଂ ପୁଟିନଙ୍କ ବ୍ୟତୀତ ୟୁରୋପର ନେତା ଅଛନ୍ତି ଯିଏ ନିଆଁରେ ଘିଅ ଢାଳିବା କାମ କରୁଛନ୍ତି । ଏମାନଙ୍କ ଉଦ୍ଦେଶ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ସେ ନିରନ୍ତର ରୁଷକୁ ଉସୁକାଉଛନ୍ତି, ଯାହା ୟୁରୋପକୁ ବିନାଶ ଆଡକୁ ନେଇଯାଉଛି ।
ଏହା ହେଉଛି ସେହି ପାଞ୍ଚଟି ଦେଶ
ପ୍ରଥମ ହେଉଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି, ଯିଏ ଆମେରିକାଠାରୁ ପରମାଣୁ ଅସ୍ତ୍ର ମାଗି ନିଜର ଶକ୍ତି ବଢାଇବାକୁ ଚେଷ୍ଟା କରୁଛି । ଦ୍ୱିତୀୟ ହେଉଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଯିଏ ୟୁରୋପରେ ଏକ ପରମାଣୁ ଢାଲ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତୃତୀୟ ହେଉଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟର୍ମର, ଯିଏ ୟୁକ୍ରେନକୁ ଶାନ୍ତି ରକ୍ଷା ବାହିନୀର ପ୍ରଥମ ଦଳ ପଠାଇବାକୁ ଯାଉଛନ୍ତି, ଯେତେବେଳେ ଚତୁର୍ଥ ହେଉଛନ୍ତି ଜର୍ମାନ ଚାନ୍ସେଲର ଓଲାଫ୍ ସ୍କଲଜ୍ ସେମାନେ ୟୁକ୍ରେନକୁ ଏକ ଟ୍ୟାଙ୍କ ବାଟାଲିୟନ ପଠାଇବାକୁ ଯାଉଛନ୍ତି। ଏହା ବ୍ୟତୀତ, ପଞ୍ଚମରେ ଅଛନ୍ତି, ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜ ଡୁଡା, ଯିଏ ଆମେରିକାକୁ ପୋଲାଣ୍ଡରେ ଏକ ପରମାଣୁ ଘାଟି ନିର୍ମାଣ କରିବାକୁ କହିଛନ୍ତି ।
ଏହି ପାଞ୍ଚଟି ଦେଶର କୌଣସି ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ନାହିଁ; ବରଂ ସେମାନେ ରୁଷ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଋଷର ବିନାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ଏହି ପରିସ୍ଥିତିରେ ଯଦି ଆମେରିକା ନାଟୋରୁ ଅଲଗା ହୁଏ, ତେବେ ସେ ଯୁଦ୍ଧରେ ପ୍ରବେଶ କରିବ ନାହିଁ ଏବଂ ଏଥିପାଇଁ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ରୁଷର ଆକ୍ରମଣାତ୍ମକ ମନୋଭାବକୁ ସହ୍ୟ କରିପାରିବେ ନାହିଁ। ତେବେ ଏହି ସମୟରେ, ଏହି ପାଞ୍ଚ ଜଣ ମିଶି ପ୍ୟାରିସ ବୈଠକରେ ଏକ ଫର୍ମୁଲା ବାହାର କରିଛନ୍ତି, ଯାହା ମାଧ୍ୟମରେ ୟୁରୋପରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି କରାଯାଇପାରିବ। ପରମାଣୁ ସାମରିକ ଶକ୍ତି ବୃଦ୍ଧି କରାଯାଇ ପାରିବ । ଯୋଜନା ଅନୁଯାୟୀ ରୁଷକୁ ୟୁକ୍ରେନରେ ନିୟୋଜିତ ରଖିବାକୁ ପଡିବ ଯାହାଦ୍ଵାରା ପୁଟିନ ଅନ୍ୟ ୟୁରୋପୀୟ ଦେଶ ଉପରେ ଆକ୍ରମଣ କରିପାରିବେ ନାହିଁ । ତେବେ ଯଦି ଋଷ ପାଲଟା ଆକ୍ରମଣ କରେ ତାହେଲେ ପରମାଣୁ ଶକ୍ତିଶାଳୀ ଫ୍ରାନ୍ସ ଏବଂ ବ୍ରିଟେନ ରୁଷର ସାମ୍ନା କରିବେ । ଏହି ପାଞ୍ଚଟି ଦେଶ ଏକ ଚକ୍ରବ୍ୟୁହ ପ୍ରସ୍ତୁତ କରୁଛନ୍ତି ଯେଉଁଥିରେ ରୁଷ ଫସିଯାଇପାରେ ।
ୟୁରୋପୀୟ ଦେଶମାନେ ରୁଷ ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ – ମାକ୍ରନ୍
ଇମାନୁଏଲ ମାକ୍ରନ କହିଛନ୍ତି ଯେ କୌଣସି ୟୁରୋପୀୟ ଦେଶ ରୁଷ ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ। ୟୁକ୍ରେନକୁ ସେନା ପଠାଇବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରୟାସ ହିଁ ରୁଷକୁ ଆଗକୁ ବଢ଼ିବାରୁ ରୋକିହେ । ଟ୍ରମ୍ପଙ୍କ ପ୍ରୟାସ ବାଧାପ୍ରାପ୍ତ ହୋଇପାରେ କାରଣ ସେ ପୁଟିନଙ୍କ ସହ ଯୁଦ୍ଧବିରତି କରିବାକୁ ଚାହୁଁଛନ୍ତି, କିନ୍ତୁ ୟୁରୋପରେ କିଛି ଭିନ୍ନ ଚାଲିଛି, ଯେଉଁଥିରେ ଯୁଦ୍ଧକୁ ଉସୁକାଇବା ପାଇଁ ପ୍ରସ୍ତୁତି ଚାଲିଛି । କେବଳ ପ୍ରଦର୍ଶନ ପାଇଁ ଶାନ୍ତିପ୍ରିୟ ବକ୍ତବ୍ୟ ଦିଆଯାଉଛି।