ୟୁକ୍ରେନର ଜୋରଦାର ହମଲା, ଯୁଦ୍ଧ ଆରମ୍ଭ ପରଠାରୁ ସବୁଠୁ ବଡ଼ ପ୍ରତିଆକ୍ରମଣ

କିବ୍ :  ଋଷ ଅକ୍ତିଆରରେ ଥିବା ଡୋନେସ୍କ ପ୍ରାନ୍ତରେ ୟୁକ୍ରେନର ଜୋରଦାର ହମଲା । ଘନ ଘନ ରକେଟ ମାଡରେ ଋଷର ୬୩ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧ ଆରମ୍ଭ ପରଠାରୁ ଋଷ ଆକ୍ରମଣର ସବୁଠୁ ବଡ଼ ପ୍ରତିଆକ୍ରମଣ କରିଛି ୟୁକ୍ରେନ । ଆମେରିକାର ଅତ୍ୟାଧୁନିକ ହତିଆରରେ ଋଷ ଉପରେ ଜୋରଦାର ହମଲା କରୁଛି ୟୁକ୍ରେନ । ଦୀର୍ଘ ୧୦ ମାସ ଧରି ଯୁଦ୍ଧ ଚାଲିଥିବା ବେଳେ ଋଷ ସୈନ୍ୟଙ୍କ ସହ କଡ଼ା ମୁକାବିଲା କରୁଛି ୟୁକ୍ରେନ ।

ୟୁକ୍ରେନ ସୈନ୍ୟଙ୍କ ହମଲାରେ ପଛଘୁଞ୍ଚା ଦେଇଛି ମସ୍କୋ । ୟୁକ୍ରେନ ପକ୍ଷରୁ ୬ଟି ରକେଟ ମାଡ଼ କରାଯାଇଥିବା ବେଳେ ଦୁଇଟିକୁ ଋଷ ସେନା ନଷ୍ଟ କରିଛି ବୋଲି ସ୍ଥାନୀୟ ଗଭର୍ନର କହିଛନ୍ତି । ଋଷର ଗୋଳାବାରୁଦ ଷ୍ଟୋର ଉପରେ ହମଲା ଯୋଗୁ ବହୁ କ୍ଷତି ହୋଇଛି ବୋଲି ସୂଚନା ମିଳିଛି ।

ସେପଟେ ନୂଆବର୍ଷ ସନ୍ଧ୍ୟାରୁ ରାଜଧାନୀ କିବ୍ ଉପରେ ଆକ୍ରମଣ ଆହୁରି ଜୋରଦର କରିଛି ଋଷ । ଉର୍ଜା କ୍ଷେତ୍ର ଉପରେ ହମଲା ଯୋଗୁ ଅଧିକାଂଶ ସହର ବ୍ଲାକଆଉଟ ହୋଇଛି । ଋଷର ଏଭଳି ହମଲାକୁ ଏନର୍ଜି ଟେରରିଜିମ୍ କରି ସମାଲୋଚନା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।