ଋଷିଆକୁ ପୁଣି ୟୁକ୍ରେନର ଝଟକା, ଆଉ ଏକ ବଡ଼ ସହରକୁ କବଜା କଲା ସେନା

କିଭ୍: ଋଷ ଓ ୟୁକ୍ରେନ୍‌ ଯୁଦ୍ଧ ଭିତରେ ପୁଟିନ୍‌ ସରକାରଙ୍କୁ ପୁଣି ଝଟକା । ଆଉ ଏକ ବଡ଼ ସହରକୁ ନିଜ ଅଧିନକୁ ନେଲା ୟୁକ୍ରେନ୍‌  । ଉତ୍ତରପୂର୍ବ ଅଞ୍ଚଳରେ ବଡ଼ ଆକ୍ରମଣ କରି ନିଜ ସହରକୁ ନିଜ ଅଧିନକୁ ନେଇଛି ୟୁକ୍ରେନ୍‌  । ସେଠାରେ ଋଷ୍‌ ସେନା ଥିଲେ ମଧ୍ୟ ୟୁକ୍ରେନ୍‌ ସେନାଙ୍କ ଆକ୍ରମଣର ସାମ୍ନା କରିପାରିନଥିଲେ । ଏଥିରେ ୫୯ ଜଣ ଋଷ ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଟ୍ୟାଙ୍କକୁ ଧ୍ୱଂସ କରାଯାଇଛି । ସହରର ୫୦୦ ବର୍ଗ କିଲୋମିଟର ଅଞ୍ଚଳରେ ଏବେ ୟୁକ୍ରେନର କବଜା ରହିଛି ।

ସେପ୍ଟେମ୍ବର ମାସ ଆରମ୍ଭରୁ ୟୁକ୍ରେନ୍‌ ସେନା ସ୍ୱତନ୍ତ୍ର ଅପରେସନ ମାଧ୍ୟମରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି । କିଛି ଦିନ ତଳେ ଖାରକିଭ୍‌ ସହରକୁ ନିଜ ଅଧିନକୁ ନେଇଥିଲା ୟୁକ୍ରେନ୍‌ । ରାଷ୍ଟ୍ରପତି ଜେଲେନସ୍କି ଏଭଳି ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସେପଟେ ଋଷିଆ ୟୁକ୍ରେନ୍‌ ବିରୋଧରେ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିବା ପାଇଁ ପୁଟିନ୍‌ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି ।