Ukraine-Russia War: ମୋଦିଙ୍କୁ ସହାୟତା ମାଗିଲେ ୟୁକ୍ରେନ୍ ରାଷ୍ଟ୍ରପତି, କହିଲେ- ତୁମ ଉପରେ ଆଶା ଅଛି

1 min read

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ୩ ଦିନ ଧରି ଚାଲିଛି। ଏହି ସମୟରେ ଋଷ ଦାବି କରିଛି ଯେ ସେମାନେ ୮୦୦ ୟୁକ୍ରେନ ସେନାର ଆର୍ମୀ ବେସ ଧ୍ୱଂସ କରିଦେଇଛନ୍ତି। ଏଥିମଧ୍ୟରେ ୧୪ ଏୟାରଫିଲ୍ଡ, ୧୯ କମାଣ୍ଡ ପୋଷ୍ଟ, ୨୪ଟି S-300 ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ ଏବଂ ୪୮ଟି ରାଡାର ଷ୍ଟେସନ ସାମିଲ ।

ଶନିବାର ସନ୍ଧ୍ୟାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭାରତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଜେଲେନସ୍କିଙ୍କ ଅନୁଯାୟୀ- ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇ ସାହାଯ୍ୟ ମାଗିଛି। ଦେଶ ଉପରେ ୧ ଲକ୍ଷ ଅନୁପ୍ରବେଶକାରୀ ଆକ୍ରମଣ କରିଛନ୍ତି। ଆମ ଘର ଓ ମାଟି ଉପରେ କବଜା କରିଛନ୍ତି । ଆମ ଘର ଜଳୁଛି, ଏପରି ଘଡିସନ୍ଧି ମୂହୁର୍ତ୍ତରେ ଆମକୁ ରାଜନୖେତିକ ଓ ଅନ୍ୟ ସହାୟତା କରନ୍ତୁ । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନକୁ ସମର୍ଥନ କରନ୍ତୁ ବୋଲି ଆମେ ଆଶା କରୁଛୁ । ଆମେ ସମସ୍ତେ ଏକାଠି ହୋଇ ଏହାର ସାମ୍ନା କରିବା ଜରୁରୀ ।

Ukraine Banned 18 To 60 Years Old Male To Leave Country During War

ଋଷର ଜାହାଜକୁ କବଜା କଲା ଫ୍ରାନ୍ସ-
ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଫ୍ରାନ୍ସର ନୗେସେନା ଋଷର ଏକ କାର୍ଗୋ ଜାହାଜକୁ କବଜା କରିଛି । ଏହି ଜାହାଜଟି ଇଂଲିସ୍ ଚ୍ୟାନେଲରେ ଥିଲା | ରିପୋର୍ଟ ଅନୁଯାୟୀ, ଏହି ଜାହାଜରେ ଦାମୀ କାର ଏବଂ କିଛି ଇଲେକ୍ଟ୍ରୋନିକ୍ ଉପକରଣ ରହିଛି| ଫ୍ରାନ୍ସର ନୗେସେନା ଏବଂ କଷ୍ଟମ୍ସ ଡିପାର୍ଟମେଣ୍ଟ ଜାହାଜର ଯାଞ୍ଚ ଆରମ୍ଭ କରିଥିବା ବେଳେ ଫ୍ରାନ୍ସରେ ଉପସ୍ଥିତ ଋଷର ରାଷ୍ଟ୍ରଦୂତ ଇମାନୁଏଲ୍ ମାକ୍ରୋନ୍ ସରକାରଙ୍କ ସହ ଯୋଗାଯୋଗ କରିଛନ୍ତି। ତେବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ ।

ଅଧିକ ପଢନ୍ତୁ- ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧୀ ପ୍ରସ୍ତାବ, ଭୋଟ ଦେଲାନି ଭାରତ 

ଉଲ୍ଲେଖଯୋଗ୍ୟ, ଋଷର ଏହି ଆକ୍ରମଣକୁ ରୋକିବା ପାଇଁ ଏବଂ ଋଷ ସୈନ୍ୟଙ୍କୁ ୟୁକ୍ରେନରୁ ପ୍ରତ୍ୟାହାର କରିବା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି ଋଷ । ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି ଋଷ । ଯାହାଫଳରେ ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି । ତେବେ ମିଳିତ ଜାତିସଂଘରେ ହୋଇଥିବା ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇନଥିଲା ।

Leave a Reply