Ukraine-Russia War: ମୋଦିଙ୍କୁ ସହାୟତା ମାଗିଲେ ୟୁକ୍ରେନ୍ ରାଷ୍ଟ୍ରପତି, କହିଲେ- ତୁମ ଉପରେ ଆଶା ଅଛି
1 min readନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ୩ ଦିନ ଧରି ଚାଲିଛି। ଏହି ସମୟରେ ଋଷ ଦାବି କରିଛି ଯେ ସେମାନେ ୮୦୦ ୟୁକ୍ରେନ ସେନାର ଆର୍ମୀ ବେସ ଧ୍ୱଂସ କରିଦେଇଛନ୍ତି। ଏଥିମଧ୍ୟରେ ୧୪ ଏୟାରଫିଲ୍ଡ, ୧୯ କମାଣ୍ଡ ପୋଷ୍ଟ, ୨୪ଟି S-300 ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ ଏବଂ ୪୮ଟି ରାଡାର ଷ୍ଟେସନ ସାମିଲ ।
Spoke with ?? Prime Minister @narendramodi. Informed of the course of ?? repulsing ?? aggression. More than 100,000 invaders are on our land. They insidiously fire on residential buildings. Urged ?? to give us political support in?? Security Council. Stop the aggressor together!
— Volodymyr Zelenskyy / Володимир Зеленський (@ZelenskyyUa) February 26, 2022
ଶନିବାର ସନ୍ଧ୍ୟାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭାରତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଜେଲେନସ୍କିଙ୍କ ଅନୁଯାୟୀ- ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇ ସାହାଯ୍ୟ ମାଗିଛି। ଦେଶ ଉପରେ ୧ ଲକ୍ଷ ଅନୁପ୍ରବେଶକାରୀ ଆକ୍ରମଣ କରିଛନ୍ତି। ଆମ ଘର ଓ ମାଟି ଉପରେ କବଜା କରିଛନ୍ତି । ଆମ ଘର ଜଳୁଛି, ଏପରି ଘଡିସନ୍ଧି ମୂହୁର୍ତ୍ତରେ ଆମକୁ ରାଜନୖେତିକ ଓ ଅନ୍ୟ ସହାୟତା କରନ୍ତୁ । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନକୁ ସମର୍ଥନ କରନ୍ତୁ ବୋଲି ଆମେ ଆଶା କରୁଛୁ । ଆମେ ସମସ୍ତେ ଏକାଠି ହୋଇ ଏହାର ସାମ୍ନା କରିବା ଜରୁରୀ ।
ଋଷର ଜାହାଜକୁ କବଜା କଲା ଫ୍ରାନ୍ସ-
ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଫ୍ରାନ୍ସର ନୗେସେନା ଋଷର ଏକ କାର୍ଗୋ ଜାହାଜକୁ କବଜା କରିଛି । ଏହି ଜାହାଜଟି ଇଂଲିସ୍ ଚ୍ୟାନେଲରେ ଥିଲା | ରିପୋର୍ଟ ଅନୁଯାୟୀ, ଏହି ଜାହାଜରେ ଦାମୀ କାର ଏବଂ କିଛି ଇଲେକ୍ଟ୍ରୋନିକ୍ ଉପକରଣ ରହିଛି| ଫ୍ରାନ୍ସର ନୗେସେନା ଏବଂ କଷ୍ଟମ୍ସ ଡିପାର୍ଟମେଣ୍ଟ ଜାହାଜର ଯାଞ୍ଚ ଆରମ୍ଭ କରିଥିବା ବେଳେ ଫ୍ରାନ୍ସରେ ଉପସ୍ଥିତ ଋଷର ରାଷ୍ଟ୍ରଦୂତ ଇମାନୁଏଲ୍ ମାକ୍ରୋନ୍ ସରକାରଙ୍କ ସହ ଯୋଗାଯୋଗ କରିଛନ୍ତି। ତେବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ ।
ଅଧିକ ପଢନ୍ତୁ- ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧୀ ପ୍ରସ୍ତାବ, ଭୋଟ ଦେଲାନି ଭାରତ
ଉଲ୍ଲେଖଯୋଗ୍ୟ, ଋଷର ଏହି ଆକ୍ରମଣକୁ ରୋକିବା ପାଇଁ ଏବଂ ଋଷ ସୈନ୍ୟଙ୍କୁ ୟୁକ୍ରେନରୁ ପ୍ରତ୍ୟାହାର କରିବା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି ଋଷ । ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି ଋଷ । ଯାହାଫଳରେ ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି । ତେବେ ମିଳିତ ଜାତିସଂଘରେ ହୋଇଥିବା ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇନଥିଲା ।