୩୮ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ, ଋଷ ସୈନ୍ୟଙ୍କ ଉପରେ ଆକ୍ରମଣ କରିବା ଲାଗି ୟୁକ୍ରେନର ଯୋଜନା

1 min read

କିଭ୍: ୩୮ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ତଥାପି ଥମିନି ଲଢ଼େଇ । ମାରିନକା ସହରରେ ଋଷ ଓ ୟୁକ୍ରେନ ସୈନ୍ୟଙ୍କ ମଧ୍ୟରେ ଜାରି ରହିଛି ଲଢେଇ । ରାଜଧାନୀ କିଭରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାବେଳେ ଅନ୍ୟ କେତେକ ସ୍ଥାନରେ ଜାରି ରହିଛି ଯୁଦ୍ଧ । ମାରିୟୁପୋଲ ଓ ଦୋନବାସ ଅଞ୍ଚଳରେ ଠୁଳ ହୋଇଥିବା ଋଷ ସୈନ୍ୟଙ୍କ ଉପରେ ଆକ୍ରମଣ କରିବା ଲାଗି ଯୋଜନା କରିଛନ୍ତି ୟୁକ୍ରେନ ସୈନ୍ୟ । ଏନେଇ ଋଷବାହିନୀକୁ ସତର୍କବାଣୀ ଶୁଣାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

କିଭରେ ରାସ୍ତାଘାଟରେ ଏବେ ଗାଡି ଚଳାଚଳ କରିବା, ଲୋକମାନେ ବାହାରକୁ ବାହାରିବା ଦେଖାଯାଇଛି । ୟୁକ୍ରେନ ସୈନ୍ୟ ଦାବି କରିଛନ୍ତି- କିଭକୁ କଦାପି ଋଷ କରାୟତ୍ତ କରିପାରିବ ନାହିଁ । ଜେଲେନସ୍କି କହିଛନ୍ତି- ଆଗକୁ କଠିନ ସମୟ ଆସୁଛି । ଲଢେଇ ତୀବ୍ର ହେବାର ଆଶଙ୍କା ରହିଛି । ଖାର୍କିବ ଓ ଦୋନବାସରେ ଏହି ଲଢେଇ ଅଧିକ ଚାଲିବ ବୋଲି ସେ କହିଛନ୍ତି । ତେଣେ ମାରିୟୁପୋଲରୁ ୩ ହଜାର ଲୋକ ନିରାପଦରେ ସହର ଛାଡିଛନ୍ତି ।