ଋଷ ପ୍ରତିନିଧିଙ୍କୁ ମୁଥ ମାରିଲେ ୟୁକ୍ରେନ୍ ସାଂସଦ

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଥମିବାରେ ନାଁ ନେଉନାହିଁ ଯୁଦ୍ଧ । ଗତ ବର୍ଷ ଉଭୟ ଦେଶଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ତେବେ ଏହାରି ମଧ୍ୟରେ ଋଷ ପ୍ରତିନିଧି ଓ ୟୁକ୍ରେନ୍ ସାଂସଦଙ୍କ ମଧ୍ୟରେ ଠେଲାପେଲା ଭିଡିଓ ସାମ୍ନାକୁ ଆସିଛି । ତୁର୍କୀର ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଋଷ ପ୍ରତିନିଧିଙ୍କୁ ୟୁକ୍ରେନ୍ ସାଂସଦ ମୁଥ ମାରୁଥିବା ଭିଡିଓ ଭାଇରାଲ ହୋଇଛି । ୟୁକ୍ରେନ୍ ସାଂସଦ ଓଲେକସନ୍ଦର ମାରିକୋଭସ୍କି ଋଷର ଜଣେ ବରିଷ୍ଠ ପ୍ରତିନିଧିଙ୍କୁ ମୁଥ ମାରୁଛନ୍ତି ।

ତୁର୍କୀ ରାଜଧାନୀ ଅଙ୍କାରାରେ ଅନୁଷ୍ଠିତ ବ୍ଲାକ୍ ସି ଇକୋନୋମିକ୍ କୋପରେସନ୍ କନଫରେନ୍ସରେ ୟୁକ୍ରେନ୍ ସାଂସଦ ନିଜ ଦେଶର ଜାତୀୟ ପତାକା ଧରି ଛିଡ଼ା ହୋଇଥିବାବେଳେ ତାହାକୁ ଛଡ଼ାଇ ଆଣିଥିଲେ ଋଷ ପ୍ରତିନିଧି । ଏହି ଘଟଣାରେ ଉତକ୍ଷିପ୍ତ ହୋଇ ଋଷ ପ୍ରତିନିଧିଙ୍କୁ ମୁଥ ମାରିଥିଲେ ୟୁକ୍ରେନ୍ ସାଂସଦ । ଏହି ଘଟଣାର ତଦନ୍ତ କରାଯିବ ବୋଲି ଋଷ୍‌ କର୍ତ୍ତୁ‌ପକ୍ଷ କହିଛନ୍ତି