ନାଟୋ ଓ ୟୁରୋପୀୟ ରାଷ୍ଟ୍ରସଂଘରେ ମିଶିପାରେ ୟୁକ୍ରେନ

1 min read

କିବ୍ : ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ଓ ୟୁରୋପୀୟ ୟୁନିଅନରେ ୟୁକ୍ରେନକୁ ସାମିଲ କରିବା ନେଇ ଫିଟିପାରେ ବାଟ । ଏନେଇ ଆଜି ବେଲଜିୟମ ବ୍ରସଲେସରେ ଅନୁଷ୍ଠିତ ହେବ ଇୟୁ, ନାଟୋ ବୈଠକ । ପ୍ରଥମ ଥର ଲାଗି ଏହି ବୈଠକରେ ସାମିଲ ହେବ ୟୁକ୍ରେନ । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା । ଏନେଇ ଇୟୁ ବୈଦେଶିକ ଓ ନିରାପତ୍ତା ନୀତି ମୁଖ୍ୟ ଯୋଶେପ ବୋରେଲ ଓ ନାଟୋ ମହାସଚିବ ଜେନସ୍ ଷ୍ଟଲଟନବର୍ଗଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି କୁଲେବା ।

ବୈଠକରେ ଇୟୁ ଓ ନାଟୋରେ ୟୁକ୍ରେନର ସଦସ୍ୟତା ପ୍ରସଙ୍ଗରେ ହେବ ଆଲୋଚନା । ଗତକାଲି ବିଶ୍ବକୁ ସରପ୍ରାଇଜ ଦେଇ ୟୁକ୍ରେନ ରାଜଧାନୀ କିବ ଗସ୍ତ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଋଷ- ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ୟୁକ୍ରେନବାସୀଙ୍କୁ ସୁରକ୍ଷା ଦେବାଲାଗି ସେ ଅତ୍ଯାଧୁନିକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଆଣ୍ଟିଆର୍ମର ସିଷ୍ଟମ, ଏୟାର ସର୍ଭେଲାନ୍ସ ରାଡାର ଯୋଗାଇବାକୁ କରିଥିଲେ ଘୋଷଣା । ସେ କହିଥିଲେ- ୟୁକ୍ରେନର ଗଣତନ୍ତ୍ର, ସାର୍ବଭୌମ ଓ ସୀମାଗତ ସଂହତି ପ୍ରସଙ୍ଗରେ ଆମେରିକା ସମ୍ପୂର୍ଣ୍ଣ ସମର୍ଥନ କରିବ ।