କେବେ ହେବ ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ? ଆଜି ସାଉଦିଆରବରେ ଆଲୋଚନା ..

1 min read

ନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଆଜି ସାଉଦିଆରବ ରିଆଦରେ ହେବ ଆଲୋଚନା। ତେବେ ଋଷ ଓ ୟୁକ୍ରେନର ପ୍ରତିନିଧି ମୁହାଁମୁହିଁ ଏହି ଆଲୋଚନାରେ ଭାଗ ନେବେ ନାହିଁ। ସାଉଦିଆରବରେ ଦୁଇ ପକ୍ଷଙ୍କ ମଧ୍ୟରେ ଆମେରିକା ପରୋକ୍ଷ ଭାବେ ଆଲୋଚନା କରିବ ବୋଲି ଜଣାଯାଇଛି । ଋଷ ସହ କେଉଁ ଫର୍ମାଟରେ ଆମେରିକା କଥା ହେବ ତାହାକୁ ନେଇ ସସପେନ୍ସରେ ରହିଛି ୟୁକ୍ରେନ । ତେବେ ଆମେରିକା ସହ ରାଜନୈତିକ ଭାବେ ୟୁକ୍ରେନ ଆଲୋଚନା କରିବ ନାହିଁ ବରଂ କୌଶଳଗତ ଭାବେ ଆଲୋଚନା କରିବ ବୋଲି ସୂଚନା ମିଳିଛି ।

ଆମେରିକା ସହ ଆଲୋଚନା ବେଳେ ଋଷ ପକ୍ଷରୁ ଉପସ୍ଥିତ ରହିବେ ଫେଡେରେସନ ଅଫ କାଉନସିଲ କମିଟି ମୁଖ୍ୟ ଗ୍ରିଗୋରି କାରାସିନ, ଋଷ ଫେଡେରାଲ ସିକ୍ୟୁରିଟି ସର୍ଭିସର ନିର୍ଦ୍ଦେଶକ ସର୍ଜେଇ ବେସେଦା । ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଲାଗି ଆମେରିକାର ପ୍ରସ୍ତାବକୁ ୟୁକ୍ରେନ ମାନିଥିବାବେଳେ ଋଷ ମାନି ନଥିବା ସୂଚନା ମିଳିଛି।