ବ୍ରିଟେନ୍‌ରେ ପିଲାଙ୍କ ପାଇଁ ଫାଇଜର ଟିକାକୁ ଅନୁମତି

1 min read

ଲଣ୍ଡନ: ଆସୁଛି କରୋନାର ତୃତୀୟ ଲହର । ତୃତୀୟ ଲହରରେ ଶିଶୁ ବା ୧୮ ବର୍ଷରୁ କମ୍‌ ପିଲାଙ୍କୁ କରୋନା ସଂକ୍ରମଣ ହେବର ଆଶଙ୍କା ରହିଛି । ଏନେଇ ଭାରତ ରଣନୀତି ପ୍ରସ୍ତୁତି କରୁଥିବା ବେଳେ ବ୍ରିଟେନ୍‌ରେ ୧୨ରୁ ୧୫ ବର୍ଷର ପିଲାଙ୍କ ଟିକାକରଣ ହେବା ନେଇ ନିଷ୍ପତ୍ତି ହୋଇଛି । ବ୍ରିଟେନ୍‌ ସରକାର ପିଲା ମାନଙ୍କ ଟିକାକରଣ କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ରିଟେନ୍‌ରେ ୧୨ରୁ ୧୫ ବର୍ଷର ପିଲାଙ୍କୁ ଫାଇଜର ଟିକା ଦେବା ପାଇଁ ଅନୁମତି ଦେଇଛନ୍ତି । ବ୍ରିଟେନ୍‌ରେ ଏନେଇ ଗତକାଲି ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯାଇଥିଲା । ପରେ ଏନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି । ବ୍ରିଟେନ୍‌ ସରକାରଙ୍କ କହିବା ଅନୁଯାୟୀ, ଫାଇଜରର ଟିକା ପିଲାଙ୍କ ସମ୍ପୂର୍ଣ୍ଣ ସୁରକ୍ଷିତ । EU ଓ USରେ ବି ଏହାକୁ ନେଇ ସମୀକ୍ଷା କରାଯାଉଛି । ଅପରପକ୍ଷରେ ଭାରତରେ କୋଭାକ୍ସିନ୍ କୁ ଡିଜିସିଏ ପକ୍ଷରୁ ଅନୁମତି ମିଳିଥିବା ବେଳେ ଏ ନେଇ କ୍ଳିନିକାଲ ଟ୍ରାଏଲ ଆରମ୍ଭ ହୋଇଯାଇଛି ।

ଏଥିସହିତ ପଢ଼ନ୍ତୁ: ସ୍ପୁଟ୍‌ନିକ୍‌-ଭି ଟିକା ତିଆରି କରିବ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍

Leave a Reply