ଭାରତର ଆଭିମୁଖ୍ୟ ପରେ ନରମିଲା ବ୍ରିଟେନ୍, କୋହଳ କଲା ଟ୍ରାଭେଲ ଗାଇଡଲାଇନ

ନୂଆଦିଲ୍ଲୀ: ଭାରତ ସରକାର କଡ଼ା ଆଭିମୁଖ୍ୟ ପରେ ମୁଣ୍ଡ ନୁଆଇଲା ବ୍ରିଟେନ । ଟ୍ରାଭେଲ ଗାଇଡଲାଇନରେ ସାମାନ୍ୟ କିଛି ପରିବର୍ତ୍ତନ ଆଣିଛନ୍ତି ବ୍ରିଟେନ ସରକାର । ନୂଆ ନୀତିରେ କୋଭିସିଲ୍‌ଡକୁ ମାନ୍ୟତା ଦେଇଛି ବ୍ରିଟେନ । କୋଭିସିଲଡର ଦୁଇଟି ଡୋଜ୍ ନେଇସାରିଥିବା ଯାତ୍ରୀଙ୍କୁ ବ୍ରିଟେନ ଯାତ୍ରା ପାଇଁ ଅନୁମତି ଦେଇଛି । ହେଲେ ଏବେ ବି ୟୁକେ ଯାଉଥିବା ଭାରତୀୟ ଯାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ବ୍ରିଟେନ ସରକାର ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି ।

ଏବେ ଭାରତ ସରକାର ଦେଉଥିବା ଟିକାକରଣ ପ୍ରମାଣପତ୍ରକୁ ନେଇ କିଛି ସମସ୍ୟା ରହିଛି ବୋଲି ବ୍ରିଟେନ ସରକାର କହିଛନ୍ତି । ପୂର୍ବରୁ ୟୁକେ ଟ୍ରାଭେଲ ଆଡଭାଇଜରୀ ଜାରି କରାଯାଇଥିଲା । ଯାହା ୪ ଅକ୍ଟୋବରରୁ ଲାଗୁ ହେବ । ମାତ୍ର ଏଥିରେ ଭାରତୀୟ ଭ୍ୟାକସିନକୁ ଅନୂମତି ଦିଆଯାଇଥିବାରୁ ଭାରତ ଆସୁଥିବା ବ୍ରିଟେନ ଯାତ୍ରୀଙ୍କ ପାଇଁ ସମାନ କଟକଣା ଲାଗୁ କରାଯିବ ବୋଲି ଚେତାବନୀ ଦେଇଥିଲେ ଭାରତ ସରକାର । ଯାହାପରେ ୟୁକେ ଟ୍ରାଭେଲ ଗାଇଡଲାଇନରେ ସାମାନ୍ୟ କିଛି ପରିବର୍ତ୍ତନ ଆଣିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଯେଉଁ ୟୁକେ କମ୍ପାନୀ ଭାରତରେ କୋଭିଡ ଟିକା କୋଭିସିଲ୍ଡ ନିର୍ମାଣ କରୁଛି, ସେହି ଦେଶ କୋଭିସିଲ୍ଡ ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରବେଶ ଅନୁମତି ଦେଇନଥିଲା  । ବର୍ତ୍ତମାନ ଭାରତର ଆଭିମୁଖ୍ୟ ପରେ ନରମିଛି ବ୍ରିଟେନ  । ଏବେ ଆଉ ଭ୍ୟାକ୍ସିନ ସହ ବ୍ରିଟେନର ସମସ୍ୟା ନାହିଁ  । ବଂର ଯେଉଁ ଭାରତୀୟ ବ୍ରିଟେନ ଗସ୍ତ କରିବେ ସେମାନେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ ବୋଲି କହିଛନ୍ତି ବ୍ରିଟେନ ସରକାର  ।

Leave a Reply