ବୋରିସ୍‌ ଜନସନ୍‌: ୨୦୨୩ ଶେଷ ପର୍ଯ୍ୟନ୍ତ ଚାଲିପାରେ ୟୁକ୍ରେନ୍‌ ଯୁଦ୍ଧ

ନୂଆଦିଲ୍ଲୀ: ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଯୁଦ୍ଧର ପରିସମାପ୍ତି ? ଏହା ମଧ୍ୟରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତାଙ୍କ କହିବା ହେଉଛି ଏବେ ଏହାର କୌଣସି ବିକଳ୍ପ ଦେଖାଯାଉନାହିଁ । ଯୁଦ୍ଧ ଥମିବ ବୋଲି ଜଣାପଡ଼ୁନାହିଁ । ଏହି ଯୁଦ୍ଧ ୨୦୨୩ ଶେଷ ପର୍ଯ୍ୟନ୍ତ ଜାରି ରହିପାରେ । ତାଙ୍କ କହିବା ହେଉଛି ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ ଏକ ବିପଦପୂର୍ଣ୍ଣ ଜାଲ ବିଛାଇଛନ୍ତି ।

ବୋରିସ୍‌ ଜନସନ ଏହା ମଧ୍ୟ କହିଛନ୍ତିଯେ, ପୁତିନ୍‌ ଅଧିକ ଭୟଙ୍କର ଚାଲ୍‌ ଖେଳିପାରନ୍ତି । ଯେଉଁଥିରେ ସମସ୍ୟା ଅଧିକ ଜଟିଳ ହୋଇଯିବ । କିନ୍ତୁ ଏହି ଯୁଦ୍ଧରେ ବାସ୍ତବରେ ପୂର୍ଣ୍ଣଛେଦ ପଡ଼ିବା ଆବଶ୍ୟକ । ଯାହାର ସମାଧାନ ବର୍ତ୍ତମାନର ସ୍ଥିତିରେ ନଜର ଆସୁନାହିଁ । କିନ୍ତୁ ଭବିଷ୍ୟତ ପାଇଁ ଇଉରୋପ ଏବଂ ୟୁକ୍ରେନ୍‌ ନିଜ ନିଜ ମଧ୍ୟରେ ଆଲୋଚନା କରିବା ଉଚିତ୍‌ । ଏଥିପାଇଁ ତାଙ୍କ ସଶସ୍ତ୍ର ବଳ ଅଧିକ ବଳବାନ୍‌ ହେବା ଉଚିତ୍‌ ।