ଜେସିବି ଉପରେ ଚଢ଼ିଲେ ଜନସନ୍

1 min read

ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଆଜି ସକାଳେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ଜନସନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନ ବନ୍ଦରରୁ ବାହାରି ଅହମ୍ମଦାବାଦସ୍ଥିତ ସାବରବତି ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ସେ ଗାନ୍ଧିଜୀଙ୍କ ଅରଟ ଚଲାଇ ସୂତା କାଟିଥିଲେ ।

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାପରେ ସନସନ୍ ହଲୋଲର ଜେସିବି ଫ୍ୟାକ୍ଟ୍ରି ବୁଲି ଦେଖିଥିଲେ । ଫ୍ୟାକ୍ଟ୍ରିରେ ସେ ଏକ ଜେସିବି ଉପରକୁ ଚଢ଼ି ଯାଇଥିଲେ । ଜେସିବି ଉପରେ ଚଢ଼ିବା ଫଟୋ ଏବଂ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଭାରତ ଆସିବା ନେଇ ବୋରିସ୍ ଉତ୍ସାହିତ ଥିବା ଟ୍ବିଟ୍ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ନେଇ ମଧ୍ୟ ଉତ୍ସାହିତ ଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।

ଉଭୟ ଦେଶ ମଧ୍ୟରେ ୧ ବିଲିୟନ ଡଲାରରର ଚୁକ୍ତି ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଋଷ – ୟୁକ୍ରେନ ଯୁଦ୍ଧ ଓ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଉଭୟପକ୍ଷ ଆଲୋଚନା କରିବେ । ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାମରିକ ଓ ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା କରିବେ ପ୍ରତିପକ୍ଷ ବୋରିସ୍ ଜନସନ୍ ।