ଆଉ ବ୍ରିଟେନର କିଛି ବିଗାଡ଼ି ପାରିବ ନାହିଁ କରୋନା ! ବିକଶିତ ହେଲା ହର୍ଡ୍ ଇମ୍ୟୁନିଟି ?
1 min readବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ କହୁଛି ଯେ, କରୋନା ଭାଇରସ ମହାମାରୀ ପ୍ରକୋପର ଦ୍ୱିତୀୟ ପର୍ଯ୍ୟାୟ ଆସିଲେ ମଧ୍ୟ ବ୍ରିଟେନର ଅଧିକ କ୍ଷତି ହେବ ନାହିଁ । ଏହି ଅଧ୍ୟୟନ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ ବେଳକୁ ବ୍ରିଟିଶ ନାଗରିକ ସମ୍ଭବତଃ ନିଜ ମଧ୍ୟରେ ପର୍ଯ୍ୟାପ୍ତ ରୋଗ ପ୍ରତିରୋଧକ କ୍ଷମତା (ହର୍ଡ୍ ଇମ୍ୟୁନିଟି) ବିକଶିତ କରିସାରିଥିବା ସମ୍ଭାବନା ରହିଛି । ଅଧ୍ୟୟନରେ ଭାରତୀୟ ବଂଶୋଦ୍ଭବ ପ୍ରଫେସର ସୁନେତ୍ରା ଗୁପ୍ତା ସାମିଲ ଥିଲେ ।
ଅଧ୍ୟୟନ ଅନୁସାରେ ବ୍ରିଟେନ୍ ଲୋକଙ୍କଠାରେ ସାଧାରଣ ଥଣ୍ଡା କାଶ ଭଳି ଋତୁକାଳୀନ ସଂକ୍ରମଣ କାରଣରୁ ରୋଗ ପ୍ରତିରୋଧକ କ୍ଷମତା(ହର୍ଡ ଇମ୍ୟୁନିଟି) ଏତେ ଅଧିକ ଯେ, ସେମାନେ ଘାତକ କରୋନା ଭାଇରସର ପୁଣିଥରେ ଯଦି ଫେରେ ତେବେ ତାହାର ମୁକାବିଲା କରିପାରିବେ ।
ରିସର୍ଚ୍ଚ ପେପରରେ କୁହାଯାଇଛି ଯେ, ‘ବ୍ୟାପକ ମାନ୍ୟତା ହେଉଛି ଯେ, କୌଣସି ମହାମାରୀ କ୍ଷେତ୍ରରେ ସଂକ୍ରମଣ ରୋକିବା ପାଇଁ ରୋଗ ପ୍ରତିରୋଧକ କ୍ଷମତା ଜରୁରୀ ସ୍ତରଠାରୁ ୫୦ ପ୍ରତିଶତ ଅଧିକ ହୋଇଥାଏ’ । ନୂଆ ଅଧ୍ୟୟନ ଏହା ମଧ୍ୟ କହୁଛି ଯେ, ଯେତେବେଳେ ଭଲ ପ୍ରତିରୋଧକ କ୍ଷମତା ବିଶିଷ୍ଟ ଲୋକ କମ ପ୍ରତିରୋଧକ କ୍ଷମତା ବିଶିଷ୍ଟ ଲୋକଙ୍କ ସହ ମିଶନ୍ତି ସେତେବେଳେ ସାମୁହିକ ପ୍ରତିରୋଧକ କ୍ଷମତାର ସ୍ତର ଦ୍ରୁତ ଗତିରେ ହ୍ରାସ ପାଇଥାଏ ।
ତେବେ ଏହି ଅଧ୍ୟୟନର ଏବେ ବ୍ୟାପକ ସମୀକ୍ଷା କିମ୍ବା ବିଶ୍ଲେଷଣ ହୋଇନାହିଁ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଥିଓରଟିକାଲ ଏପିଡେମିୟୋଲଜିର ପ୍ରଫେସର ଗୁପ୍ତା ପ୍ରଥମେ ଏହା ଜାଣିବା ପାଇଁ ଆଣ୍ଟିବଡି ଯାଂଚ୍ ବଢାଇବା ଆବଶ୍ୟକ ବୋଲି କହିଥିଲେ । ଯାହାଫଳରେ ଏହା ଜଣା ପଡିବ ଯେ, କରୋନା ଭାଇରସ ବିରୋଧରେ ବ୍ରିଟେନ ନାଗରିକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହେଉଛି ନା ନାହିଁ ।
ସେ ଓ ତାଙ୍କ ସହଯୋଗୀ ଜୋସ୍ ଲରେନ୍ସ,ଫ୍ରାନ୍ସେସ୍କୋ ପିନୋଟି ତଥା କ୍ରେଗ୍ ଥମ୍ପସନ୍ ନିଜ ଅଧ୍ୟୟନରେ କହିଛନ୍ତି ଯେ, ‘‘ ଋତୁକାଳୀନ ଭାଇରସ ସଂକ୍ରମଣରୁ ଅଧିକ ସଂଖ୍ୟାରେ ଲୋକ ରୋଗପ୍ରତିରୋଧକ କ୍ଷମତା କାରଣରୁ ବଂଚିଯାଉଛନ୍ତି । ତେଣୁ ଏହା ମାନିବ ତର୍କସଂଗତ ଯେ, ସାର୍ସ-ସିଓଭି୨ କବଳକୁ ଆସିଲେ ମଧ୍ୟ ରୋଗ ପ୍ରତିରୋଧକ କ୍ଷମତା ବଢିବ । ସେ କହିଛନ୍ତି ଯେ, ଯଦି ଏମିତି ପୁଣିଥରେ ମହାମାରୀର ପ୍ରକୋପ ଫେରିବ ତେବେ ଅପେକ୍ଷକୃତ ବହୁତ କମ ଲୋକଙ୍କ ମୃତ୍ୟୁ ହେବ ଓ ବିଶେଷକରି କମ ବୟସରେ ଅନ୍ୟ ରୋଗରେ ପୀଡିତ ଲୋକଙ୍କ ମଧ୍ୟରେ ସଂକ୍ରମଣ କମ ହେବ ।
ହର୍ଡ ଇମ୍ୟୁନିଟ୍ କ’ଣ ? ସବୁ ଲୋକଙ୍କ ମଧ୍ୟରେ ସମାନ ରୋଗ ପ୍ରତିରୋଧକ କ୍ଷମତା ହେଉଛି ହର୍ଡ ଇମ୍ୟୁନିଟି ।