spot_img

Latest Posts

ମହଙ୍ଗା ପଡ଼ିଲା ଏପଷ୍ଟିନଙ୍କ ସହ ସମ୍ପର୍କ ; ଆଣ୍ଡ୍ରିଉଙ୍କ ଠାରୁ ପ୍ରିନ୍ସ ଟାଇଟଲ ହଟାଇଲେ ବ୍ରିଟେନ ରାଜା ଚାର୍ଲସ

ନନ୍ଦିଘୋଷ ବ୍ୟୁରୋ : ମହଙ୍ଗା ପଡ଼ିଲା ସେକ୍ସ ବାଦଶା ଜେଫ୍ରି ଏପଷ୍ଟିନଙ୍କ ସହ ସମ୍ପର୍କ। ସାନଭାଇ ଆଣ୍ଡ୍ରିଉଙ୍କଠାରୁ ପ୍ରିନ୍ସ ଟାଇଟଲ ହଟାଇଲେ ବ୍ରିଟେନ ରାଜା ଚାର୍ଲସ। ଏହା ସହ ବକିଙ୍ଗହାମ ପାଲେସ ଉଇଣ୍ଡସରରୁ ତାଙ୍କୁ ବାହାର କରିଛନ୍ତି ଚାର୍ଲସ। ଜେଫରି ଏପଷ୍ଟିନ ସ୍କାଣ୍ଡାଲରେ ସମ୍ପୃକ୍ତ ଥିବା ଦୃଷ୍ଟିରୁ ଆଣ୍ଡ୍ରିଉଙ୍କ ଠାରୁ ଦୂରେଇ ଯିବା ନିଷ୍ପତ୍ତି ନେଇଛନ୍ତି ପାଜ ପରିବାର। ୬୫ ବର୍ଷ ବୟସ୍କ ଆଣ୍ଡ୍ରିଉ ହେଉଛନ୍ତି ଚାର୍ଲସଙ୍କ ସାନଭାଇ ତଥା ପରଲୋକଗତ ରାଣୀ ଏଲିଜାବେଥଙ୍କ ଦ୍ବିତୀୟ ପୁତ୍ର। ବିଭିନ୍ନ ସେକ୍ସ ସ୍କାଣ୍ଡାଲରେ ସେ ଜଡ଼ିତ ଥିବା ସୂଚନା ମିଳିଛି। ଏହି କାରଣରୁ ଅକ୍ଟୋବରରେ ଡ୍ୟୁକ ଅଫ ୟର୍କ ଟାଇଟଲ ପ୍ରତ୍ୟାହାର କରି ନେଇଥିଲା ରାଜ ପରିବାର। ଏହା ସହ ପଶ୍ଚିମ ଲଣ୍ଡନରେ ଉଇଣ୍ଡର ଇଷ୍ଟେଟରୁ ଲିଜ ନେଇଥିବା ରୟାଲ ଲଜକୁ ସରେଣ୍ଡର କରିବା ଲାଗି ବକିଂହାମ ପାଲେସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବ୍ରିଟେନର ରାଜା ଚାର୍ଲ୍ସ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ଏବେ ତାଙ୍କ ଭାଇ ପ୍ରିନ୍ସ ଆଣ୍ଡ୍ରୁଙ୍କ ଠାରୁ ରାଜକୁମାର ପଦବୀ ଛଡାଇ ନେଇଛନ୍ତି ଏବଂ ତାଙ୍କୁ ୱିଣ୍ଡସର ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଯୌନ ଅପରାଧ ଏବଂ ଶିଶୁ ଯୌନ ଶୋଷଣକାରୀ ଜେଫ୍ରି ଏପଷ୍ଟିନଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଆଣ୍ଡ୍ରୁ କିଛି ସମୟ ଧରି ବିବାଦରେ ଫସି ରହିଛନ୍ତି। ଜେଫ୍ରିଙ୍କ ଆତ୍ମଜୀବନୀରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକାଶ କରିବା ପରେ ଏହି ବିବାଦ ପୁଣି ଥରେ ସାମ୍ନାକୁ ଆସିଛି ।

ଏହି ବର୍ଷ ଆରମ୍ଭରେ ଆତ୍ମହତ୍ୟା କରିଥିବା ଜେଫ୍ରି ତାଙ୍କ ଆତ୍ମଜୀବନୀରେ ପ୍ରକାଶ କରିଛନ୍ତି ଯେ, ସେ ଯେତେବେଳେ ୧୭ ବର୍ଷ ବୟସର ଥିଲେ, – ଆମେରିକାର ଆଇନ ଅନୁଯାୟୀ ସେ ନାବାଳକ ଥିଲେ, ତାଙ୍କୁ ପ୍ରିନ୍ସ ଆଣ୍ଡ୍ରୁଙ୍କ ସହ ତିନିଥର ଯୌନ ସମ୍ପର୍କ ସ୍ଥାପନ କରିବା ପାଇଁ ଚାଳନା କରା ଯାଇଥିଲା । ଆଣ୍ଡ୍ରୁ ଏବେ ଏଥିପାଇଁ ଯାଞ୍ଚର ସମ୍ମୁଖୀନ ହେଉଛନ୍ତି।

ଡ୍ୟୁକ୍ ଅଫ୍ ୟର୍କ ଉପାଧି ପରିତ୍ୟାଗ କଲେ

ରାଜପ୍ରାସାଦ ଉପରେ ସପ୍ତାହେ ଧରି ଚାପ ବଢ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ମାସର ଆରମ୍ଭରେ, ଜେଫ୍ରି ଏପଷ୍ଟିନଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ନୂତନ ବିବାଦ ମଧ୍ୟରେ ଆଣ୍ଡ୍ରୁ ଡ୍ୟୁକ୍ ଅଫ୍ ୟର୍କ ଉପାଧି ପରିତ୍ୟାଗ କରିଥିଲେ,ଯେଉଁଥିପାଇଁ ସେ ଦୀର୍ଘଦିନ ଧରି ଚର୍ଚାରେ ଥିଲେ । ଗୁରୁବାର ରାତିରେ ଜାରି ହୋଇଥିବା ଏକ ବିବୃତ୍ତିରେ, ବକିଙ୍ଗହାମ ପ୍ୟାଲେସ କହିଛି, ଯେ ରାଜାଙ୍କ ଭାଇ ଏବେ ଆଣ୍ଡ୍ରୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଭାବରେ ଜଣାଯିବେ। ଏହି ମାସର ଆରମ୍ଭରେ, ଆଣ୍ଡ୍ରୁ ତାଙ୍କର ଅବଶିଷ୍ଟ ରାଜକୀୟ ପଦବୀ, ଡ୍ୟୁକ୍ ଅଫ୍ ୟର୍କ ସମେତ ତ୍ୟାଗ କରିଥିଲେ।

କିଏ ଜେଫରି ଏପଷ୍ଟିନ?

ଜେଫରି ଏପଷ୍ଟିନ ହେଉଛନ୍ତି ଆମେରିକାର ଜଣ ବହୁଚର୍ଚ୍ଚିତ ବ୍ୟକ୍ତି । ତାଙ୍କ ବିରୋଧରେ ଶିଶୁ ଯୌନ ନିର୍ଯାତନା ଅଭିଯୋଗ ରହିଛି ଗଣ୍ଡାଗଣ୍ଡା । ଯୌନ ସଂକ୍ରାନ୍ତ କାର୍ଯ୍ୟକଳାପ ଲାଗି ସେ ନାବାଳିକାମାନଙ୍କୁ ଚାଲାଣ କରୁଥିଲେ। ସେ ରାଜନେତା, ବ୍ୟବସାୟୀ, ସେଲିବ୍ରିଟିଙ୍କୁ ଝିଅ ଯୋଗାଇଥିଲେ । ତାଙ୍କ ତାଲିକାରେ ବହୁ ହାଇପ୍ରୋଫାଇଲ ରାଜନେତା, ସେଲିବ୍ରିଟିଙ୍କ ନାଁ ରହିଛି । ନ୍ୟୁୟର୍କ, ଫ୍ଲୋରିଡା ଓ ନ୍ୟୁ ମେକ୍ସିକୋରେ ଥିବା ତାଙ୍କ ଘର ଓ କାରିବିୟାନ ଦ୍ବୀପରେ ଥିବା ତଙ୍କା ଘରେ ଏହି କାରବାର ହୋଇଥାଏ । ଡାଲଟନ ସ୍କୁଲରେ ସେ ଶିକ୍ଷକତା କରୁଥିବାବେଳେ ଏହି ହୀନ କାର୍ଯ୍ଯକଳାପରେ ଲିପ୍ତ ଥିଲେ । ଏପଷ୍ଟିନଙ୍କ ଜନ୍ମ ନ୍ୟୁୟର୍କ ସିଟିରେ ହୋଇଥିଲା । ଶିକ୍ଷକତା ପରେ ବ୍ୟାଙ୍କ ଓ ଆର୍ଥିକ କ୍ଷେତ୍ରରେ ଏପଷ୍ଟିନ ପ୍ରବେଶ କରିଥିଲେ । ଏହି ସମୟରେ ସେ ନାବାଳିକା ଚାଲାଣ ରାକେଟରେ ସମ୍ପକ୍ତ ହୋଇଥିଲେ । ୨୦୦୫ରେ ପ୍ରଥମ ଥର ଲାଗି ଫ୍ଲୋରିଡା ପୋଲିସ ଏପଷ୍ଟିନଙ୍କ ବିରୋଧରେ ତଦନ୍ତ କରିଥିଲା । ୨୦୦୫ରେ ଏପଷ୍ଟିନ ୩୬ ଜଣ ଝିଅଙ୍କୁ କୁକାର୍ଯ୍ୟରେ ଲିପ୍ତ କରାଇଥିବା ଅଭିଯୋଗ ହୋଇଥିଲା । ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ୨୦୦୮ରେ ସେ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୨୦୦୮ରେ ୧୩ ମାସ ଲାଗି ଜେଲଦଣ୍ଡ ଭୋଗିଥିଲେ ଏପଷ୍ଟିନ । ୨୦୧୯ରେ ପୁଣି ଥରେ ଗିରଫ ହୋଇଥିଲେ ଏପଷ୍ଟିନ । ୨୦୧୯ ଅଗଷ୍ଟ ୧୦ରେ ସେ ଜେଲରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏପଷ୍ଟିନଙ୍କ ଦେହାନ୍ତ ପରେ ଅନେକ କଳାକାରନାମା ପଦାକୁ ଆସିଥିଲା । ଏପଷ୍ଟିନରଙ୍କ କଳାକାରନାମାକୁ କୁହାଗଲା ଏପଷ୍ଟିନ ଫାଇଲ୍ସ । ଏପଷ୍ଟିନ ଫାଇଲ୍ସରେ ପୂର୍ବତନ ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଡ୍ରିଉ କୁମୋ, ରୋଲିଂ ଷ୍ଟୋନ୍ସଙ୍କ ନାଁ ଥିଲା ।

ଆଣ୍ଡ୍ରିଉ ଏବେ କେଉଁଠି ରହିବେ?

ଆଣ୍ଡ୍ରୁଙ୍କ ଏବେ ସାଣ୍ଡ୍ରିଙ୍ଗହାମ ଇଷ୍ଟେଟରେ ଥିବା ଏକ ବ୍ୟକ୍ତିଗତ ବାସଭବନକୁ ସ୍ଥାନାନ୍ତର କରାଯିବ, ଯାହାର ଖର୍ଚ୍ଚ ରାଜା ଚାର୍ଲ୍ସ ନିଜେ ବହନ କରିବେ। ବିବୃତ୍ତିରେ ଆହୁରି କୁହାଯାଇଛି, “ଏହି ପଦକ୍ଷେପଗୁଡ଼ିକୁ ଆବଶ୍ୟକ ବୋଲି ବିବେଚନା କରାଯାଇଛି, ଯଦିଓ ଆଣ୍ଡ୍ରୁ ତାଙ୍କ ବିରୁଦ୍ଧରେ ଅଭିଯୋଗକୁ ଏବେ ବି ଅସ୍ୱୀକାର କରୁଛନ୍ତି।” ଆଣ୍ଡ୍ରିଉଙ୍କ ଦୁଇ ଝିଅ – ସେମାନଙ୍କର ରାଜକୀୟ ପଦବୀ ବଜାୟ ରଖିବେ, ଏବଂ ଆଣ୍ଡ୍ରିଉ ବ୍ରିଟିଶ ସିଂହାସନ ପାଇଁ ଅଷ୍ଟମ ସ୍ଥାନରେ ରହିବେ।

Latest Posts

Don't Miss