spot_img

Latest Posts

ନୀରବ ମୋଦିଙ୍କୁ ପୁଣି ଧକ୍କା : ୧୦ମ ଥର ପାଇଁ ଜାମିନ ଆବେଦନ ଖାରଜ କଲା ଲଣ୍ଡନ କୋର୍ଟ

ନନ୍ଦିଘୋଷ ବ୍ୟୁରୋ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଧକ୍କା। ଲଣ୍ଡନ କୋର୍ଟରେ ଜାମିନ ଆବେଦନ ହୋଇଛି ଖାରଜ। ଲଣ୍ଡନର ହାଇକୋର୍ଟ ଅଫ ଜଷ୍ଟିସ ମୋଦିଙ୍କ ପିଟିସନକୁ କରିଛନ୍ତି ଖାରଜ। ବ୍ରିଟେନରେ ରହିବା ପରଠାରୁ ନୀରବଙ୍କ ଏହା ହେଉଛି ଦଶମ ପିଟିସନ। ନୀରବଙ୍କ ପିଟିସନ ବିରୋଧରେ ସିବିଆଇର ବଳିଷ୍ଠ ଯୁକ୍ତି ଯୋଗୁ ତାଙ୍କ ପିଟିସନ ଖାରଜ ହୋଇଛି। ନୀରବଙ୍କ ପିଟିସନକୁ ସଫଳ ଭାବେ ବିରୋଧ କରିଥିଲେ କ୍ରାଉନ ପ୍ରସିକ୍ୟୁସନ ସର୍ଭିସ ଆଡଭୋକେଟ।  ୨୦୧୯ରୁ ଅର୍ଥନୈତିକ ଅପରାଧରେ ସମ୍ପୃକ୍ତ ନୀରବ ବ୍ରିଟେନ ଜେଲରେ ରହିଛନ୍ତି। ୬ ହଜାର କୋଟି ଟଙ୍କାର ପିଏନବି ଘୋଟାଲାର ଅଭିଯୁକ୍ତ ଅଛନ୍ତି ନୀରବ। ଭାରତ ହାତରେ ତାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଭାରତର ଅନୁରୋଧକୁ ବ୍ରିଟେନ ହାଇକୋର୍ଟ ମଞ୍ଜୁର କରିସାରିଛନ୍ତି। ନୀରବଙ୍କ ୧ ହଜାର ୫୨ କୋଟି ଟଙ୍କାର ସମ୍ପତ୍ତି ବିଭିନ୍ନ ଘରୋଇ ବ୍ୟାଙ୍କ ଓ ଲୋକଙ୍କୁ ଫେରାଯାଇଛି ବୋଲି ଗତ ଡିସେମ୍ବରରେ କହିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପିଏନବି ଜାଲିଆତି ମାମଲାରେ ସିବିଆଇର ଏଫଆଇଆର ପରେ ଇଡି ପକ୍ଷରୁ ତଦନ୍ତ ଜାରି ରହିଛି।

Latest Posts

Don't Miss