ଫାଇଜର୍‌-ବାୟୋଏନଟେକର କରୋନା ଟିକାକୁ ବ୍ରିଟେନର ଅନୁମତି

1 min read

ନୂଆଦିଲ୍ଲୀ:  କରୋନା ଟିକାକୁ ନେଇ ଆସିଛି ବଡ଼ ଖବର। ବିଶ୍ୱର ପ୍ରଥମ ଦେଶ ଭାବେ କୋଭିଡ୍-୧୯ ଟିକା ବ୍ୟବହାରକୁ ଅନୁମତି ଦେଇଛି ବ୍ରିଟେନ । ସୂଚନା ଅନୁଯାୟୀ ଫାଇଜର-ବାୟୋଏନଟେକର ଟିକାକୁ ବ୍ରିଟେନ୍ ପକ୍ଷରୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ମେଡିସିନ୍ ଏବଂ ହେଲ୍‌ଥ କେୟାର ରେଗୁଲଟୋରି ଏଜେନ୍ସିର ଅନୁମତି ପରେ ବ୍ରିଟେନ୍ ସରକାର ଏହି ଅନୁମତି ପ୍ରଦାନ କରିଛନ୍ତି । ଅପରପକ୍ଷରେ ଡିସେମ୍ବର ୭ରୁ ଏହି କରୋନା ଟିକାର ବ୍ୟବହାର ନେଇ ସମ୍ଭାବନା ଦେଖାଦେଇଛି ।

ଏନେଇ ନ୍ୟଜ୍‌ ଏଜେନ୍ସି ବ୍ଲୁମବର୍ଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ଟିକା ପାଇଁ ବ୍ରିଟେନ୍ ସରକାର ୪୦ ନିୟୁତ୍ ଡୋଜ୍ ପାଇଁ ଅର୍ଡର କରିଛନ୍ତି । ଫାଇଜର ଟିକା ୯୫ ପ୍ରତିଶତ କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ରଭାବଶାଳୀ ବୋଲି କମ୍ପାନୀ ପକ୍ଷକୁ ଦାବି କରାଯାଉଛି । ୬୫ରୁ ଅଧିକ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ କାମ ଦେବ ଫାଇଜର ଟିକା ।

ଅନ୍ୟପଟେ ଖୋଦ୍ ଆମେରିକା ଏହି ଟିକାର ବ୍ୟବହାରକୁ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରିନି । ଏନେଇ ଡିସେମ୍ବର ୧୦ରେ ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ଏକ ବୈଠକ କରିବ ବୋଲି କହିଛି । ଆମେରିକା ଫାର୍ମା କମ୍ପାନୀ ଫାଇଜର ଓ ଜର୍ମାନୀର ଔଷଧ ନିର୍ମାତା ବାୟୋଏନଟେକର ମିଳିତ ଉଦ୍ୟମରେ ଏହି ଟିକା ପ୍ରସ୍ତୁତ ହୋଇଛି ।

ତେବେ ବ୍ରିଟେନ୍ ସରକାର ଏବେ ସୁଦ୍ଧା ୭ଟି ଭିନ୍ନ ଭିନ୍ନ ଫାର୍ମା କମ୍ପାନୀଠାରୁ କରୋନା ଟିକାର ୩୫୭ ନିୟୁତ ଡୋଜ୍ କିଣିବା ପାଇଁ ଆଲୋଚନା କରିଥିବା ଜଣାପଡିଛି । ଏହା ମଧ୍ୟରେ ଆଷ୍ଟ୍ରେଜେନିକା ଓ ଅକ୍ସଫୋର୍ଡ ୟୁନିଭରସିଟିର ୧୦୦ ନିୟୁତ ଡୋଜ୍ ସାମିଲ ରହିଛି ।

Leave a Reply