କରୋନା ଯୁଦ୍ଧରେ ନୂଆ ଅସ୍ତ୍ର; ମର୍କର ‘ମୋଲନୁ ପିରାଭିର’ ବଟିକାକୁ ବ୍ରିଟେନର ଅନୁମତି

UK Approves Merck's Anti-Covid Drug Molnupiravir

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ଆଉ ଏକ ନୂଆ ଅସ୍ତ୍ର । କୋଭିଡ୍ ଔଷଧ ନେଇ ଆସିଲା ବଡ଼ ଖବର । ‘ମର୍କ’ର କୋଭିଡ୍ ବଟିକା ‘ମୋଲନୁ ପିରାଭିର’ କୁ ଅନୁମତି ଦେଇଛି ବ୍ରିଟେନ୍ । ଏହି ଔଷଧକୁ ଅନୁମତି ଦେବାରେ ବ୍ରିଟେନ ହେଉଛି ପ୍ରଥମ ରାଷ୍ଟ୍ର । ଏହି ବଟିକା କୋଭିଡ୍ ନିରାକରଣ କ୍ଷେତ୍ରରେ ମହୌଷଧି ହେବ ବୋଲି ଆଶା ପ୍ରକାଶ କରିଛନ୍ତି ବ୍ରିଟେନ ସରକାର । ଏନେଇ ଘୋଷଣା କରିଛି ମେଡିସିନ୍ସ ଆଣ୍ଡ ହେଲଥ କେୟାର ପ୍ରଡକ୍ଟସ ରେଗୁଲେଟୋରି ଏଜେନ୍ସି ବା ଏମଏଚଆରଏ ।

UK Approves Merck's Anti-Covid Drug Molnupiravir

ଏହି ଔଷଧ ୧୮ରୁ ଅଧିକ ବୟସର ଲୋକଙ୍କୁ ଦିଆଯାଇ ପାରିବ । ଏପରିକି ଗୁରୁତର ରୋଗୀଙ୍କୁ ବି ଏହି ଔଷଧ ଦିଆଯାଇ ପାରିବ । ଦୈନିକ ୨ ଟି ବଟିକା ଲେଖାଏଁ ୩ ଦିନ ନିଆଯାଇ ପାରିବ । ଏହି ଔଷଧକୁ ମର୍କ ଆଣ୍ଡ କୋ ଓ ରିଜବ୍ୟାକ୍ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ବ୍ରିଟେନ୍ ସ୍ୱାସ୍ଥ୍ୟମନ୍ତ୍ରୀ ସାଲିଦ ଜାଭିଦ କହିଛନ୍ତି ଆଜି ଏକ ଐତିହାସିକ ଦିନ । ଏହା କୋଭିଡ୍ ଯୁଦ୍ଧରେ ଗେମ୍ ଚଞ୍ଜର ସାଜିବ । ବିଶ୍ୱରେ ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ ଏହି ବଟିକା ବାହାର କରିବାକୁ ସକ୍ଷମ ହୋଇଛି ।

ଏହି ଔଷଧ କୌଣସି ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ କୋଭିଡ୍ ଭୂତାଣୁକୁ ଦୁର୍ବଳ କରିବାରେ ସହାୟକ ହେବ । ଏମଏଚଆରଏ ଅନୁସାରେ, ଏହା ଲୋକଙ୍କ ଲାଗି ଅଧିକ ନିରାପଦ ଓ ପ୍ରଭାବଶାଳୀ । ଏହି ବଟିକା ସେବନ କଲେ ରୋଗୀ ହସ୍ପିଟାଲକୁ ଯିବା ସମ୍ଭାବନା ପ୍ରାୟ ନଥାଏ । କ୍ଲିନିକାଲ ଟ୍ରାଏଲ୍ ଡାଟା ଅନୁସାରେ ଏହି ବଟିକାକୁ ପ୍ରାଥମିକ ଅବସ୍ଥାରେ ନେଲେ ବହୁତ ଉପକାର ମିଳିଥାଏ ।

Leave a Reply