ରାସ୍ତାରେ କ’ଣ ପାଇଁ ମୁଣ୍ଡିଆ ମାରିଲେ ଏସପି ? ଫଟୋ ହେଉଛି ଭାଇରାଲ..

ନୂଆଦିଲ୍ଲୀ: ଲକଡାଉନ ପାଇଁ ଦେଶରେ ସବୁ ମନ୍ଦିର ଓ ମସଜିଦକୁ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ କରିଦିଆଯାଇଛି । ସାଧାରଣ ହେଉ କିମ୍ବା ପ୍ରସିଦ୍ଧ ସବୁ ପ୍ରକାର ମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ବାରଣ କରାଯାଇଛି । ତେବେ ଏହି ନିୟମକୁ କେବଳ ସାଧାରଣ ଜନତା ଗ୍ରହଣ କରିନାହାଁନ୍ତି ପୋଲିସ ବାବୁମାନେ ମଧ୍ୟ ଏହି ନିୟମକୁ ପାଳନ କରିଛନ୍ତି । ଉଜ୍ଜୟନୀ ଏସପି ମନୋଜ ସିଂଙ୍କ ଗୋଟିଏ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କୁ ଡହଡହ ଖରାରେ ବିଚ୍ ରାସ୍ତାରେ ମହାକାଳଙ୍କୁ ଭୂମିଷ୍ଟ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି ।

ରେଡ୍ ଜୋନରେ ଥିବା ଉଜ୍ଜୟନୀ ସହରରେ  ପରିସ୍ଥିତି ଏବେ ଗମ୍ଭୀର ଅଛି । ଏମିତିରେ ଏସପି ମନୋଜ ସିଂଙ୍କ ଉପରେ ରହିଛି ଗୁରୁଦାୟିତ୍ୱ । ଲକଡାଉନକୁ ସଫଳତାର ସହ ନିଜ ଜିଲ୍ଲାରେ ଲାଗୁ କରିବା ତାଙ୍କ ଦାୟିତ୍ୱ । ମନୋଜ ସିଂ ବାବା ମହାକାଳଙ୍କ ମନ୍ଦିର ଦେଇ ଡ୍ୟୁଟିରେ ଯାଉଥିବା ବେଳେ ରାସ୍ତା ଉପରେ ଆଣ୍ଢେଇ ପଡିଥିଲେ । ମନ୍ଦିର ଭିତରକୁ ଯିବା ମନା ତେଣୁ ଫାଟକ ବାହାରୁ କଳଶକୁ ଦେଖି ମୁଣ୍ଡିଆ ମାରିଲେ । ସେହି ସମୟର ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।

 

ରାସ୍ତା ମଝିରେ ପ୍ରାର୍ଥନା କଲେ

ପୋଲିସ ଅଧିକ୍ଷକ ମନୋଜ ସିଂ  ଯେତେବେଳେ ଉଜ୍ଜୟନୀର ଦାୟୀତ୍ୱ ନେଇଥିଲେ ସେବେଠାରୁ ସହରର ସ୍ଥିତି ସୁଧାରିବାକୁ ପ୍ରୟାସ କରିଚାଲିଛନ୍ତି । ସେ ଉଜ୍ଜୟନୀର ଦାୟୀତ୍ୱ ନେବା ପୂର୍ବରୁ ଏମିତି ହିଁ ବାବା ମହାକାଳଙ୍କୁ ପ୍ରଣାମ କରିଥିଲେ । ଏସପି ମନୋଜ ସିଂ କହିଛନ୍ତି ସେ କରୋନା ସଂକ୍ରମଣରୁ ସମସ୍ତୁ ରକ୍ଷା କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

ଲକଡାଉନ ସମୟରେ କିଛି ଭକ୍ତ ମନ୍ଦିର ଭିତରେ ପଶି ଥିଲେ ।

କିଛି ଦିନ ପୂର୍ବରୁ ମହାକାଳ ମନ୍ଦିରର ଗର୍ଭଗୃହରେ ପଶିଥିବାର ଫଟୋ ଭାଇରାଲ ହୋଇଥିଲା । ଲକଡାଉନ ସମୟରେ କିଛି ଅମାନିଆ ମନ୍ଦିରରେ ପଶିବା ସହ ସେଠାରେ ସେଲ୍ଫି ମଧ୍ୟ ନୋଇଥିଲେ । ତେବେ ଯେତେବେଳେ ଏହି ଫଟୋ ଭାଇରାଲ ହୋଇଥିଲା ସେତେବେଳେ ମନ୍ଦିର ପ୍ରଶାସନ ଏସମ୍ପର୍କରେ ଯାଞ୍ଚ କରିବା ଆରମ୍ଭ କରିଥିଲା ।

Leave a Reply